ଜିଲ୍ଳାସ୍ତରୀୟ ଅନ୍ତର୍ଜାତୀୟ ୧୬ ଦିନିଆ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା ଅଭିଯାନ

ଜିଲ୍ଳାସ୍ତରୀୟ ଅନ୍ତର୍ଜାତୀୟ ୧୬ ଦିନିଆ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା ଅଭିଯାନ

News By Bijay kumar panda

କଟକ ୨୭-୧୧-୨୦୨୫(ବି.ଏନ .ଓ ) : (ବିଜୟ କୁମାର ପଣ୍ଡା)  ଜିଲ୍ଳାସ୍ତରୀୟ ଅନ୍ତର୍ଜାତୀୟ ୧୬ ଦିନିଆ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା ଅଭିଯାନ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କ ବିରୁଦ୍ଧରେ ହିଂସା ଦୂରୀକରଣ ଅଭିଯାନ ଉପଲକ୍ଷେ ଏକ ରାଲି ପ୍ରସ୍ତୁତ କରାଯାଇଥିଲା । ଏହି ଅଭିଯାନ ରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସଖୀ କେନ୍ଦ୍ର, ଶକ୍ତିସଦନ ଏବଂ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନେଇ ବିଭିନ୍ନ ପଞ୍ଚାୟତ ଏବଂ ମୁନିସିପାଲିଟିରେ ଜୈବ ଭିତ୍ତକ ହିଂସାକୁ ନେଇ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯିବ। ଏହି ରାଲିରେ ନାରୀମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ମଧ୍ୟରେ ଥିବା ଅସୀମ ପ୍ରତିଭାର ବିକାଶ କରିବା ଏବଂ ପୁରୁଷମାନଙ୍କ ପରି ନାରୀମାନଙ୍କୁ ମଧ୍ୟ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସମାନ ଅଧିକାର କିଭଳି ଦିଆଯିବ ଏହା ଉପରେ ଅତିରିକ୍ତ ଜିଲ୍ଲାପାଳ ଉଦବୋଧନ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ନାରୀ ସେବା ସଂଘର କର୍ମକର୍ତ୍ତା ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକାମାନେ କଟକ ଜିଲ୍ଲା କାର୍ଯ୍ୟାଳୟରୁ ପୁରୀଘାଟ ଥାନା ପର୍ଯ୍ୟନ୍ତ ପଦଯାତ୍ରା କରି ମହିଳାଙ୍କ ବିରୁଦ୍ଧରେ ହିଂସା ଦୂରୀକରଣ ର ବିଭିନ୍ନ ଆହ୍ୱାନ ରେ ରାଲିକୁ ସୁଚାରୁ ରୁପେ କାର୍ଯ୍ୟକାରୀ କରାଇଥିଲେ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *