ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡରେ ଜମାରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ୨ମାସ ମଧ୍ୟରେ ୮ହଜାର ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡରେ ଜମାରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ୨ମାସ ମଧ୍ୟରେ ୮ହଜାର ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

#କଟକ:05.09.23 ( BREAKING NEWS  ODIA )Report by Bijay kumar panda : ଚିଟ ଫଣ୍ଡ କମ୍ପାନୀ ଜିଏଲପି ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ଼ରେ ଟଙ୍କା ଜମା ରଖି ଥିବା ଜମାକାରୀଙ୍କ ପାଇଁ ଖୁସି ଖବର ଆସିଛି । ଏହି ଦୁଇଟି କମ୍ପାନୀରେ ଟଙ୍କା ଜମା ରଖି ଥିବା କ୍ଷୁଦ୍ର ଜମାକାରୀଙ୍କୁ ଦୁଇ ମାସ ମଧ୍ୟରେ ୮ ହଜାର ଟଙ୍କା ଲେଖାଏଁ ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ୮ହଜାର ଟଙ୍କା କିମ୍ବା ଏହି ରାଶିରୁ କମ କ୍ଷୁଦ୍ର ଜମାକାରୀଙ୍କୁ ଏହି ରାଶି ୨ମାସ ଭିତରେ ଫେରସ୍ତ କରିବାକୁ କୋର୍ଟ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଏଲପି ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ଼ କମ୍ପାନୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ ରୁଜୁ କରାଯାଇଥିବା ମାମଲାର ପରିଚାଳନା କରିଥିଲେ । କମ୍ପାନୀ ପକ୍ଷରୁ ଦର୍ଶା ଯାଇଥିଲା କି କମ୍ପାନୀର ମୋଟ ୮ ଲକ୍ଷ ଜମାକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । ୧୫ ହଜାର କ୍ଷୁଦ୍ର ଜମାକାରୀଙ୍କୁ ୧୦ ହଜାର କିମ୍ବା ଏହି ରାଶିରୁ କମ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ଆବେଦନକାରୀ । ସେହିପରି କମ୍ପାନୀର ଯେଉଁ ଟଙ୍କା ଜବତ କରାଯାଇଛି ସେ ସବୁକୁ କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯାଉ ବୋଲି କୋର୍ଟଙ୍କ ନିକଟରେ କମ୍ପାନୀ ପକ୍ଷରୁ ପାର୍ଥନା କରାଯାଇଥିଲା । ଏହି କ୍ରମରେ ୮ ହଜାର କିମ୍ବା ଏହି ରାଶିରୁ କମ କ୍ଷତିଗ୍ରସ୍ତଙ୍କୁ ଜବତ ଟଙ୍କା ଫେରସ୍ତ କରାଯାଇପାରିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଆବେଦନକାରୀ । ତେବେ ଅବଶିଷ୍ଟ ଟଙ୍କାକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫେରସ୍ତ କରାଯିବ ବୋଲି କୋର୍ଟଙ୍କୁ ଆବେଦନକାରୀ ଅବଗତ କରାଇଥିଲେ । ଜବତ ଟଙ୍କା ଶେଷ ହେବା ପରେ ଅବଶିଷ୍ଟ ରାଶି ସମ୍ପତ୍ତି ନିଲାମ କରି ଫେରସ୍ତ କରିବାକୁ କୋର୍ଟଙ୍କ ନିକଟରେ ପାର୍ଥନା କରିଛନ୍ତି ଆବେଦନକାରୀ । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ ମାମଲା ଶୁଣାଣିର ଅନ୍ତ ଘଟାଇଛନ୍ତି । ରାଜ୍ୟ ସରକାର ଅର୍ଥ ବିଭାଗର ପଦକ୍ଷେପ ଓ ଉଚ୍ଚନ୍ୟାଳୟଙ୍କ ନିର୍ଦ୍ଦେଶ ହୋଇଥିବାରୁ ଏନେଇ ଆବେଦନକାରୀ ପକ୍ଷରୁ ରାଜ୍ୟସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏ ନେଇ ସ୍ଥାନୀୟ ଦ୍ୱାରକା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ଅଜିତ କୁମାର ରାଉତ ପ୍ରମୁଖ ଉପସ୍ଥିତଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *