ଚଳିତ ଅକ୍ଷୟ ତୃତୀୟାରେ ପ୍ଲାଟିନମ ସହିତ ଘରକୁ ନେଇ ଆଣନ୍ତୁ ସୁଖ ଏବଂ ସମୃଦ୍ଧି

ଭୁବନେଶ୍ୱର,27th April,(Bnews):: ଅକ୍ଷୟ ତୃତ୍ୱୀୟାର ଏହି ଅତ୍ୟନ୍ତ ଶୁଭମୟ ଉତ୍ସବ ଭାରତୀୟ ମାସ ବୈଶାଖର ଶୁକ୍ଲପକ୍ଷ ତୃତୀୟାରେ ପାଳନ କରାଯାଇଥାଏ ଏବଂ ଏହା ଜଣଙ୍କ ଜୀବନରେ ନୂତନ ପ୍ରାରମ୍ଭ ପାଇଁ ପରିଚିତ । ଏହି ପର୍ବ ଧନ, ସମୃଦ୍ଧି ଏବଂ ଖୁସିର ପ୍ରତୀକ ଅଟେ , ଏହା ମୂଲ୍ୟବାନ ମେଟାଲ କିଣୁଥିବା ଲୋକମାନଙ୍କୁ ଅହେତୁକ ସୌଭାଗ୍ୟ ପ୍ରଦାନ କରିଥାଏ । ପ୍ଲାଟିନମର ବାସ୍ତବ, ପ୍ରାକୃତିକ ଧଳା ଗୁଣ ଶୁଦ୍ଧତା, ଧନ,ଶକ୍ତି ଏବଂ ବଳର ପ୍ରତୀକ ଅଟେ । ତେଣୁ ଏହି ଶୁଭ ଅବସରରେ ପ୍ଲାଟିନମର ସ୍ୱତନ୍ତ୍ର କଲେକସନ ସହିତ ଘରକୁ ନେଇ ଆସନ୍ତୁ ସୁଖ ସମୃଦ୍ଧି । ପାରମ୍ପରିକ ଡିଜାଇନରେ ଆଧୁନିକ ଟ୍ୱିଷ୍ଟ ସହିତ ଏହି ସ୍ୱତନ୍ତ୍ର ଅବସର ପାଇଁ ପ୍ରସ୍ତୁତ ପ୍ଲାଟିନମ ଗହଣା ଶୃଙ୍ଖଳରେ ଚମତ୍କାର ଭାବେ ନିର୍ମିତ ଭଗବାନ ଗଣେଶ ଏବଂ ଓମଙ୍କ ପେଣ୍ଡେଂଟ ତଥା ପେଣ୍ଡେଂଟ, ଚେନ,ମହିଳାମାନଙ୍କ ପାଇଁ ଇୟରରିଙ୍ଗ ଏବଂ ନେକପିସ, ପ୍ଲାଟିନମ ଲଭ ବ୍ୟାଣ୍ଡ ଏବଂ ପୁରୁଷମାନଙ୍କ ପାଇଁ କ୍ଲାସି ଚେନ ଏବଂ ବ୍ରେସଲେଟ ମଧ୍ୟ ରହିଛି । ପିଜିଆଇ କାର୍ଯ୍ୟକ୍ରମ ଅର୍ନ୍ତଗତ ସମସ୍ତ ପ୍ଲାଟିନମ ଗହଣା ୯୫ ପ୍ରତିଶତ ଶୁଦ୍ଧ ପ୍ଲାଟିନମରେ ପ୍ରସ୍ତୁତ ଯାହାକି ମୂଲ୍ୟବାନ ଗହଣା ମଧ୍ୟରେ ଏକ ଉଚ୍ଚ ସ୍ତରର ଶୁଦ୍ଧତା ପ୍ରଦାନ କରିଥାଏ । ଏଥିରେ ଗହଣାର ଭିତର ପାଶ୍ୱର୍ରେ ‘ପିଟି ୯୫୦’ର ହଲମାର୍କ ରହିଛି ଯାହା ଏହାକୁ ଅକ୍ଷୟ ତୃତ୍ୱୀୟା ପରି ସ୍ୱତନ୍ତ୍ର ଏବଂ ଶୁଭଙ୍କର ଦିନରେ ଏହାକୁ ଅଧିକ ମୂଲ୍ୟବାନ କରିଥାଏ । ଏହି ଶୁଭ ଅବସରରେ ପ୍ଲାଟିନମ ଗିଲ୍ଡ ଇଂଟରନ୍ୟାସନାଲ- ଭାରତର ଏମଡି ବୈଶାଳୀ ବାନାର୍ଜି କହିଛନ୍ତି ଯେ, “ଭାରତୀୟ ପର୍ବମାନଙ୍କ ମଧ୍ୟରେ ଅକ୍ଷୟ ତୃତୀୟା ଏକ ଶୁଭମୟ ପର୍ବ ଅଟେ ଯାହା ସୌଭାଗ୍ୟ ଲାଭ ଏବଂ ଜୀବନରେ ନୂତନ ପ୍ରାରମ୍ଭ ପାଇଁ ପରିଚିତ ଅଟେ । ପ୍ଲାଟିନମ ପ୍ରାକୃତିକଭାବେ ଧଳା ମେଟାଲ ଅଟେ । ଏହାର ଜୀବନକାଳ ମଧ୍ୟରେ ଏହା ସର୍ବଦା ଧଳା ହୋଇରହିଥାଏ କେବେବି ଏହାର ଧଳା ରଙ୍ଗ ଯାଇନଥାଏ । ଶୁଦ୍ଧ ତଥା ପ୍ରାକୃତିକ ଧଳାର ଚୟନ ସହିତ ଆମ୍ଭେମାନେ ସକାରତ୍ମକଭାବେ ବିଶ୍ୱାସ କରୁଛୁ ଯେ ପ୍ଲାଟିନମ ଗହଣା ସର୍ବଦା ଅଗ୍ରରେ ରହିବ । ଆମ୍ଭମାନଙ୍କର ସମସ୍ତ ରିଟେଲ ସହଭାଗିମାନେ ସକାରତ୍ମକ ଅକ୍ଷୟ ତୃତ୍ୱୀୟାକୁ ଲକ୍ଷ୍ୟ ରଖିଥାନ୍ତି ।” ପ୍ଲାଟିନମର ସ୍ୱତନ୍ତ୍ର କଲେକସନ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ କଲ୍ୟାଣରମଣ କହିଛନ୍ତି ଯେ, “ଚଳିତ ବର୍ଷ ପ୍ଲାଟିନମ ଅଧିକ ବୃଦ୍ଧି ହୋଇଛି ସ୍ୱତନ୍ତ୍ରଭାବେ ଯୁବପିଢିଙ୍କ ମଧ୍ୟରେ ଯେଉଁମାନେ ଜାଣିଛନ୍ତି ଏହା ଆଧୁନିକ ଏବଂ କେଉଁଟି ଆବଶ୍ୟକ । ସେମାନେ ଦେଖନ୍ତି ଯାହା ସେମାନଙ୍କ ଷ୍ଟାଇଲକୁ ମ୍ୟାଚ କରିବ ଏବଂ କେଉଁଗୁଡିକ ସ୍ୱତନ୍ତ୍ର ଅଟେ । ପ୍ଲାଟିନମ ଏକ ମେଟାଲଭାବେ ପ୍ରାକୃିତକଭାବେ ଧଳା ଏବଂ କେବେବି ଫେଡ ହୋଇନଥାଏ କିମ୍ବା ମଳିନ ପଡିନଥାଏ । ଏହାର ଶୁଦ୍ଧତା ଏବଂ ଦୁର୍ଲଭତା ଏହାକୁ ବର୍ତମାନର ଗ୍ରାହକମାନଙ୍କ ପାଇଁ ଖୁବ ମୂଲ୍ୟବାନ କରିପାରିଛି ।” ଆହୁରି ମଧ୍ୟ, ଓଆରଆରଏ ଜୁଏଲରୀର ଦିପୁ ମେହତା କହିଛନ୍ତି ଯେ, ଦେଶରେ ବିଭିନ୍ନ ସ୍ଥାନରେ ପ୍ଲାଟିନମର ଚାହିଦାକୁ ଆମ୍ଭେମାନେ ଦେଖିପାରୁଛୁ, ପ୍ରାଥମିକଭାବେ ଏହା ଯୁବ ବିଭାଗ ଦ୍ୱାରା ଗ୍ରହଣୀୟ ହୋଇପାରିଛି ଯାହା ମେଟାଲର ଚାହିଦାକୁ ବୃଦ୍ଧି କରିିଛି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *