ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲରେ ଆଇଡିଆ ଏକ୍ସପୋ-୨୦୨୩

ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲରେ ଆଇଡିଆ ଏକ୍ସପୋ-୨୦୨୩

NEWS BY RAJENDRA KUMAR CHHOTRAY(CUTTACK)

କଟକ, ତା୧୦।୧୨ :(B.N.O.) ବିଦ୍ୟାଧରପୁର ସ୍ଥିତ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲରେ ଅଧ୍ୟକ୍ଷା ଡକ୍ଟର ମଞ୍ଜୁଶ୍ରୀ ଶାସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି (ରବିବାର) ଆଇଡିଆ ଏକ୍ସପୋ-୨୦୨୩ ଅନୁଷ୍ଟିତ ହୋଇଯାଇଛି । ସ୍କୁଲର ପ୍ରାୟ ୭୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ବିଜ୍ଞାନ, ସାମାଜିକ ବିଜ୍ଞାନ, ଗଣିତ, ସାହିତ୍ୟ ଏବଂ କଳା ଓ ସଂସ୍କୃତି ଆଦି ବିଭାଗ ଦ୍ଵାରା ପର୍ଯ୍ୟବେସିତ ପ୍ରକଳ୍ପ ଉପରେ ଅଂଶଗ୍ରହଣ କରି ସେମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ପଦର୍ଶିତ କରିଥିଲେ । ଏହି ଆଇଡିଆ ଏକ୍ସପୋ -୨୦୨୩ରେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ସାହିତ୍ୟକ ଡଃ ଇଂ ପ୍ରଭାକର ସ୍ୱାଇଁ ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ଚେୟାରମ୍ୟାନ ଡଃ କେ ସି ଆଇଚ, ସମ୍ମାନିତ ଅତିଥି ଖ୍ୟାତନାମା ସମାଜସେବୀ ଶ୍ରୀଯୁକ୍ତ ପ୍ରଦୋଷ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲର ନିର୍ଦ୍ଦେଶକ ଚୌଧୁରୀ ସମ୍ପତ ଦାସ ଏବଂ ପରିଚାଳନା ନିର୍ଦ୍ଦେଶକ ଡଃ ଚୌଧୁରୀ ସତ୍ୟ ଦାସ ସମସ୍ତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଖୁବ୍ ପ୍ରଶଂସା କରିବା ସହ ଆହୁରି ଆଗକୁ ଯିବା ପାଇଁ ସେମାନଙ୍କର ଉତ୍ତରତୋର କାମନା କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ବାରା ପଦର୍ଶିତ ପ୍ରକଳ୍ପକୁ ବିଚାରକ ଭାବେ ବିଜ୍ଞାନ ଓ ଗଣିତ ବିଭାଗରେ ଡଃ ଅଶୋକ କୁମାର ଦାସ, ଇଂ ସୁଶାନ୍ତ କୁମାର ସେଠୀ, ଧନଞ୍ଜୟ ପରିଜା, ରାକେଶ ତ୍ରିପାଠୀ, ହିମାଂଶୁ ଷଡ଼ଙ୍ଗୀ, ସୁଜିତ୍ କୁମାର ମିଶ୍ର ଯୋଗଦେଇଥିବା ବେଳେ ସାମାଜିକ ବିଜ୍ଞାନରେ ଅଧ୍ୟାପକ ଚୁମନ ବେହେରା, ଡଃ ଜ୍ୟୋତିପ୍ରକାଶ ସାମନ୍ତରାୟ, ଅଶୋକ କୁମାର ନନ୍ଦ, ଅଧ୍ୟାପିକା ସୌଭାଗିନୀ ଜେନା, ଇଂରାଜୀ ବିହାଗରେ ଡଃ ଅଭିରାମ ସାହୁ, ରାଧାଶ୍ୟାମ ମହାନ୍ତି, ହିନ୍ଦୀ ବିଭାଗରେ ଡଃ ପ୍ରଫୁଲ୍ଲ କୁମାର ଜେନା, ମଧୁସ୍ମିତା ଷଡ଼ଙ୍ଗୀ, ଓଡ଼ିଆ ବିଭାଗରେ ଅଧ୍ୟାପିକା ଚିନ୍ମୟୀ ଜେନା, ଜୟଲକ୍ଷ୍ମୀ ସେଠୀ ପ୍ରମୁଖ ବିଚାରକ ଭାବେ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ । ଏହି ଆଇଡିଆ ଏକ୍ସପୋକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମକର୍ତାମାନେ ଉପସ୍ଥିତ ରହି ସୁଚାରୁରୂପେ ସମ୍ପାଦନା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *