ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ୨୦ କୋଟି ଟଙ୍କା ମଞ୍ଜୁର 

       ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ୨୦ କୋଟି ଟଙ୍କା ମଞ୍ଜୁର 

      ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ                              ଭୁବନେଶ୍ୱର ତା.12/7/23କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ ।ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ ।ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡାଲାଇଟ୍‌ସ ପଥର ବିଛାଇବା, ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫାର ଆଲୋକୀକରଣ, ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି 5T ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *