ଗାନ୍ଧୀ ଭବନରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର :ବୈଷମ୍ୟତା ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ବିପଦ ।

ଗାନ୍ଧୀ ଭବନରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର :ବୈଷମ୍ୟତା ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ବିପଦ ।
କଟକ (୬/୭) :BREAKING NEWS ODIA (report by bijay kumar panda) ରାଜନୀତିରେ ପୁଞ୍ଜିବାଦୀ ଶକ୍ତିଙ୍କ ଅଭ୍ୟୁଦୟ ଫଳରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଦେଶରେ ଅର୍ଥନୈତିକ ବୈଷମ୍ୟତା ଚିନ୍ତାର କାରଣ ପାଲଟିଛି। ସାଧାରଣ ଜନତା ସମ୍ବିଧାନ ପ୍ରାପ୍ତ ଅଧିକାର ହାସଲ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ମୌଳିକ ଅଧିକାର ପରିପୂରଣ କରିବାରେ ସରକାରମାନେ ବିଫଳ ହେଉଛନ୍ତି। ସାମ୍ବିଧାନିକ ମୂଲ୍ୟବୋଧ ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ହେଲେ ଏକ ସର୍ଵବ୍ୟାପି ଜନ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଉତ୍କଳ ସର୍ବୋଦୟ ମଣ୍ଡଳ, ୟୁସୁଫ ମେହେର ଅଲ୍ଲୀ ସେଣ୍ଟର, ଲୋକ ସ୍ୱରାଜ ଓଡ଼ିଶା, ଗାନ୍ଧୀ ଆମ୍ବେଦକର ଫାଉଣ୍ଡେସନ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଗାନ୍ଧୀ ଭବନରେ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ସତୀଶ ମିଶ୍ର। ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସଙ୍କ ସଭାପତିତ୍ୱ ଓ ଗାନ୍ଧୀବାଦୀ ଜ୍ଞାନରଞ୍ଜନ ସାମନ୍ତରାୟଙ୍କ ସଂଯୋଜନାରେ “ସାମ୍ବିଧାନିକ ମୁଲ୍ୟବୋଧ, ଗଣତନ୍ତ୍ର ଓ ଆମ ଦାୟିତ୍ୱ” ସମ୍ପର୍କିତ ଆଲୋଚନା ଚକ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ବୁଦ୍ଧିଜୀବି, ଗାନ୍ଧୀବାଦୀ ଓ ସାମଜିକ କର୍ମୀମାନେ ଯୋଗଦାନ କରି ଗଣତାନ୍ତ୍ରିକ ସଙ୍କଟ ଓ ସାମ୍ବିଧାନିକ ମୂଲ୍ୟବୋଧର ଅବକ୍ଷୟ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବରିଷ୍ଠ ଆଇନଜୀବି ଚିତ୍ତ ରଞ୍ଜନ ମହାନ୍ତି, ଜୟନ୍ତୀ ମଞ୍ଜରୀ ରଥ, ଡଃ ବିଶ୍ଵଜିତ, ଶ୍ରୀ ରାମଚନ୍ଦ୍ର ଶୁକ୍ଳ, ସୁରେନ୍ଦ୍ରନାଥ କର, ଜୟନ୍ତ କୁମାର ଦାସ, କଲ୍ୟାଣ ଆନନ୍ଦ, ସବ୍ୟସାଚୀ ମହାନ୍ତି, ଯୁଗଳ କିଶୋର ନାୟକ, ବିଶାଖା ଭଞ୍ଜ, କବୀର ଜେନା, ରବି ନାରାୟଣ ମଲ୍ଲିକ, ଶେଖ ଅବଦୁଲ୍ଲା, ଡ଼. ଦୀପାୟନ ପଟ୍ଟନାୟକ, ଅନ୍ନପୂର୍ଣ୍ଣା ସାହୁ, ନମିତା ପଣ୍ଡା, ଡଃ ସଂଯୁକ୍ତା ପଣ୍ଡା, ଗୀତାଞ୍ଜଳି ପଣ୍ଡା, ରମାରଞ୍ଜନ ସ୍ୱାଇଁ, ଜ୍ୟୋସ୍ନାମୟୀ ପାଣୀ, ମହମ୍ମଦ ସନାଉଲ୍ଲା, ହରିହର ସେନ, ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମଗ୍ର ଦେଶବାସୀଙ୍କୁ ଏକାଠି ହେବାର ସମୟ ଆସିଛି ବୋଲି ମତ ରଖିଥିଲେ। ଶେଷରେ ସର୍ବଶ୍ରୀ ବିଶ୍ଵଜିତ ସୂର୍ଯ୍ୟବଂଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *