ଗାଁ ନିକଟ ଜୋରରେ ଅଘଟଣ , ଗାଧୋଇବାକୁ ଯାଇ ବାପା ଆଗରେ ପୁଅ ପାଣିରେ ଭାସିଯାଇ ନିଖୋଜ । 

ଗାଁ ନିକଟ ଜୋରରେ ଅଘଟଣ , ଗାଧୋଇବାକୁ ଯାଇ ବାପା ଆଗରେ ପୁଅ ପାଣିରେ ଭାସିଯାଇ ନିଖୋଜ । 

 ପରଜଙ୍ଗ:28.07.23(BREAKING NEWS ODIA) REPORT BY NIRMALA GADANAYAK  ଗାଁ ନିକଟରେ ନୂତନ ଭାବେ ନିର୍ମିତ ଲିଙ୍ଗରା ଜୋରରେ ଶୁକ୍ରବାର ସକାଳ ପ୍ରାୟ ସାଢେ଼ ୧୦ ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଜଣାପଡିଛି । ପ୍ରକାଶରୁ ଜଣାଯାଏ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।ସୂଚନାରୁ ଜଣାଯାଏ ବଅଁରପାଳ ବ୍ଲକ ବଉଳିଗଡ ପଞ୍ଚାୟତ ଅରାଟପୁରିକିଆ ଗ୍ରାମର ବାପା ଭୀମସେନ ରାଉତଙ୍କ ପୁଅ ବୀରେନ ରାଉତ (ଓଲା) ୨୫ ବର୍ଷ ନାମକ ଯୁବକ ଉଭୟେ ସକାଳ ସାଢେ଼ ୧୦ ଟା ସମୟରେ ଗାଁ ପାଖରେ ଯାଇଥିବା ଲିଙ୍ଗରା ଯୋରକୁ ଗାଧୋଇବାକୁ ଯାଇଥିଲେ ।ବାପା ଭୀମସେନ ଗାଧୋଇସାରି ଜୋର ଉପରେ ଥିବା ବେଳେ ପୁଅ ବୀରେନ ଗାଧୋଇବା ବେଳେ ଜୋରରେ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଥିଲେ ।ପୁଅ ଆଉ ପାଣିରୁ ନବାହାରିବାରୁ ବାପା ଭୀମସେନ ଗାଁ ଲୋକଙ୍କ ସହାୟତାରେ ଖୋଜାଖୋଜି କରିବା ସହ ବଅଁରପାଳ ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ ।ଖବର ପାଇ ଅଗ୍ନିଶମ ବାହିନୀ ପାଣିରେ ପଶି ଖୋଜିବା ଜାରି ରଖିଥିଲେ ସୁଦ୍ଧା ଅପରାହ୍ନ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନଥିଲା ।ତଥାପି ସାହି ପଡୋଶୀ ,ଆଖପାଖ ଗାଁର ଲୋକଙ୍କ ସହଯୋଗ ଓ ଅଗ୍ନିଶମ ବାହିନୀର ବଳରେ ଅପରାହ୍ନ ପ୍ରାୟ ସାଢେ଼ ୪ଘଟିକା ସମୟରେ ଜୋର କୂଳରେ ଥିବା ଏକ ଜାମୁ ବଣରୁ ମୃତ ଦେହ ଠାବ କରି ଉପରକୁ ଆଣିଥିଲେ । ବାପା ଆଗରେ ପୁଅ ଭାସିଯାଇ ଅକସ୍ମାତ ମୃତ୍ୟୁ ବରଣକୁ ନେଇ ପରିବାର , ସାହିପଡୋଶୀ ,ବନ୍ଧୁବାନ୍ଧବ ଆଖପାଖ ଗାଁ ଏହାକୁ ସହ୍ୟ କରି ପାରୁନାହାନ୍ତି ।ଏପରି ଦୁଃଖଦ ଘଟଣାକୁ ନେଇ ଶୋକାକୁଳ ପରିବେଶ, କାନ୍ଦବୋବାଳିରେ ଗାଁ ଦାଣ୍ଡ ଦେଖିବାକୁ ମିଳିଛି ।ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *