ଖୁବଶୀଘ୍ର ବଦଳୁଛି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା!

ଭୁବନେଶ୍ୱର, 17th April: ଖୁବଶୀଘ୍ର ବଦଳୁଛି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ପୁରୁଣାରୁ ୫୦ ପ୍ରତିଶତଙ୍କୁ ବଦଳାଇ ନୂଆ ଟିମ୍ ଗଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। କିଏ ହେବେ ଆଉଟ୍, କାହାର ହେବ ଇନ୍। ୟା ଭିତରେ ନବୀନ ସରକାରର ପଞ୍ଚମ ପାଳିକୁ ୩ବର୍ଷ ପୂରିବାକୁ ଯାଉଛି। ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ ଅଭୂତପୂର୍ବ ସଫଳତା ବି ମିଳିଛି। ତେଣୁ ୨୦୨୪ ନିର୍ବାଚନ ଯଥେଷ୍ଟ ଆଗରୁ ଉଭୟ ସରକାର ଓ ସଂଗଠନକୁ ପ୍ରସ୍ତୁତ କରିବାକୁ କସରତ ଆରମ୍ଭ କରିଦେଇଛି ଦଳ। ଆଉ ଆଗ ମନ୍ତ୍ରିମଣ୍ଡଳ କାମ କୁହାଯାଉଛି, ୨୦୧୭ ପଂଚାୟତ ନିର୍ବାଚନ ପରେ ଯେମିତି ପ୍ରାୟ ୧୦ ଜଣ ମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଥିଲା  ଏଥର ମଧ୍ୟରେ ସମାନ ଫର୍ମୁଲା ଅପଣାଇ ମନ୍ତ୍ରୀମଣ୍ଡଳରୁ ୫୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କୁ ବାଦ ଦେଇ ପାରନ୍ତି ନବୀନ।ସେପଟେ ସମ୍ଭାବ୍ୟ ଅଦଳବଦଳରେ ଯୁବ, ମହିଳା ଓ ପଛୁଆ ବର୍ଗଙ୍କୁ ଗରୁତ୍ୱ ମିଳିପାରେ। ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସମତୁଲତା ପାଇଁ ଜିଲ୍ଲା କିମ୍ବା ଅବିଭକ୍ତ ଜିଲ୍ଲା ଏପରକି ଏପରିକି ଆଞ୍ଚଳିକତା ଭିତ୍ତିରେ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉପକୂଳ ଅଞ୍ଚଳ ଉପରେ ବି ଫୋକସ୍  ଦିଆଯାଇ ପାରେ। ତେଣୁ ଏଇ ପାଳିରେ ଯେଉଁ ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସୁଯୋଗ ମିଲିନି, ସେଇ ଜିଲ୍ଲାକୁ ମଧ୍ୟ ମନ୍ତ୍ରୀ ପଦ ଯାଇପାରେ। ଏସବୁ ବାଦ୍ ସରପ୍ରାଇଜ୍ କାର୍ଡ ବି ଖେଳି ପାରନ୍ତି ନବୀନ। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ପାଓ୍ୱାର ସେଣ୍ଟର ସହ ଯେଉଁମାନେ ଘନିଷ୍ଠ ସେମାନଙ୍କୁ ମନ୍ତ୍ରୀ କରାଯାଇପାରେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *