କେନ୍ଦ୍ର କ୍ୟାବିନେଟ୍ ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
ଜନଜାତି ଓ ଉପାନ୍ତ ଅଂଚଳର ଲୋକଙ୍କୁ ଉତମ ମୋବାଇଲ ସେବାକୁ ପ୍ରାଧାନ୍ୟ -ଧର୍ମେନ୍ଦ୍ର ପ୍ରଧାନ
ଦେଶର ୧୦ଟି ରାଜ୍ୟର ୨,୩୪୩ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ ହେବ
ଓଡ଼ିଶାର ୨୫ ଜିଲ୍ଲାରେ ୨୫୬ ମୋବାଇଲ ସାଇଟ୍କୁ ୪ଜିରେ ବିକଶିତ କରାଯିବ
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
ପିଏମ ସ୍ୱନିଧି ଡ଼ିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବ
ଭାରତୀୟ ପୋଷ୍ଟ ପେମେଂଟ୍ ବ୍ୟାଙ୍କିଂ ପାଇଁ ଅତିରିକ୍ତ ୮୨୦ କୋଟି ଅନୁମୋଦନ ଦେଶରେ ବ୍ୟାଙ୍କିଂ କ୍ଷେତ୍ରର ଉପଲବ୍ଧିକୁ ବ୍ୟାପକ ଭାବେ ବୃଦ୍ଧି କରିବ
ଭୁବନେଶ୍ୱର 27th April,(Bnews): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସଂକ୍ରାନ୍ତୀୟ ବୈଠକରେ ମାଓପ୍ରବଣ ଅଂଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୨,୪୨୬ କୋଟି ବ୍ୟୟରେ ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟର ୨,୩୪୩ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ କରିବା ପାଇଁ ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା ସମେତ ୨୫ଟି ଜିଲ୍ଲାରେ ୨୫୬ଟି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ କରାଯିବ । ଏହା ଦ୍ୱାରା ଜନଜାତି ଓ ଉପାନ୍ତ ଅଂଚଳରେ ବସବାସ କରୁଥିବା ଜନସାଧାରଣମାନେ ଉତମ ମୋବାଇଲ ସେବା ପାଇବା ସହ ମୋବାଇଲ ମାଧ୍ୟମରେ ସରକାରୀ ଯୋଜନା, ଆର୍ôଥକ ସୁଯୋଗ ପାଇବା ସହ ବ୍ୟାଙ୍କିଂ,ଟେଲି ମେଡ଼ିସିନ,ଶିକ୍ଷାର ଲାଭ ପାଇପାରିବେ । ସେହିପରି କ୍ଷୁଦ୍ର ବ୍ୟବସାୟୀଙ୍କୁ ଚାପ ମୁକ୍ତ କରିବା, ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା, ଉଠା ଦୋକାନୀଙ୍କ ସାମାଜିକ ଆର୍ôଥକ ସଶକ୍ତିକରଣକୁ ସୁନିଶ୍ଚିତ କରିବା ସହ ୧.୨ କୋଟି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ମାର୍ଚ୍ଚ ୨୦୨୨ରୁ ଡ଼ିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହି ନିଷ୍ପତି ଦ୍ୱାରା ବନ୍ଧକବିହୀନ ଋଣର ମୋଟ ପରିମାଣ ୮୧ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଏହି ପଦକ୍ଷେପ ଦ୍ୱାରା ଉଠା ଦୋକାନୀମାନେ ନିଜର ବ୍ୟବସାୟକୁ ବଢ଼ାଇବା ସଙ୍ଗେସଙ୍ଗେ ନିଜେ ଆତ୍ମନିର୍ଭର ହେବାର ସୁଯୋଗ ପାଇପାରିବେ । କ୍ୟାସଲେସ୍ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ସାଧାରଣ ନାଗରିକଙ୍କ ପାଇଁ ସୁଲଭ, ସୁଗମ ଓ ବିଶ୍ୱସନୀୟ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ଭାରତୀୟ ପୋଷ୍ଟ ପେମେଂଟ୍ ବ୍ୟାଙ୍କିଂ ପାଇଁ ୨୦୨୦-୨୧ ରୁ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ୮୨୦ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି । ଏହି ନିର୍ଣ୍ଣୟ ଦ୍ୱାରା ଭାରତୀୟ ପୋଷ୍ଟାଲ୍ ପେମେଂଟ ବ୍ୟାଙ୍କ୍ ପୋଷ୍ଟ ବିଭାଗର ବ୍ୟାପକ ନେଟୱାର୍କର ଲାଭ ପାଇବା ସହ ଜନସାଧାରଣଙ୍କ ପାଖରେ ଉତମ ବ୍ୟାଙ୍କ୍ ସେବା ପହଁଚାଇ ପାରିବ । ଆଇପିପିବି ଭାରତରେ ବ୍ୟାଙ୍କିଂ କ୍ଷେତ୍ରର ଉପଲବ୍ଧିକୁ ବ୍ୟାପକ ଭାବେ ବୃଦ୍ଧି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।