କୁଆଳୋ ଅଷ୍ଟଶମ୍ଭୁ ମନ୍ଦିରରେ ଆଞ୍ଚଳିକ କୃଷି ମହାଯଜ୍ଞ

କୁଆଳୋ ଅଷ୍ଟଶମ୍ଭୁ ମନ୍ଦିରରେ ଆଞ୍ଚଳିକ କୃଷି ମହାଯଜ୍ଞ

ପରଜଙ୍ଗ – ୦୨-୦୭-୨୦୨୬(ବି .ଏନ .ଓ ) : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକର ସର୍ବପୁରାତନ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ସୋମବାର ଦିନ ଆଞ୍ଚଳିକ କୃଷି ମହାଯଜ୍ଞ ପାରମ୍ପାରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ବହୁ ପୁରାତନ କାଳରୁ ଦେବସ୍ନାନ ପୂର୍ଣ୍ଣିମା ଦିନ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିରରେ ଅଞ୍ଚଳର ବିଭିନ୍ନ ଗ୍ରାମର କୃଷକ ମାନଙ୍କୁ ନେଇ କୃଷି ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି । ଅଞ୍ଚଳର କୃଷକ ମାନେ ମନ୍ଦିରକୁ ଆସି ପୂଜକ ମାନଙ୍କ ଦ୍ୱାରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋମ ଯଜ୍ଞ କରାଯାଇଥାଏ । ହୋମ ଯଜ୍ଞରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବରାଜ ସାହୁ 

କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୂଜକ ମାନେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ହୋମ ଯଜ୍ଞ ଚାଲିଥିବା ବେଳେ ଅନ୍ୟ ଦିଗରେ ମହିଳା ଓ ପୁରୁଷ ମାନଙ୍କର ନାମ ସଙ୍କୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳି ଘଣ୍ଟ ଘଣ୍ଟା ବାଦ୍ୟରେ ମନ୍ଦିର ପରିସର ଉତ୍ସବ ମୁଖର ହୋଇଉଠିଥିଲା । ଆଞ୍ଚଳିକ କୃଷି ମହାଯଜ୍ଞର ସଭାପତି ଦୁର୍ଗା ଚରଣ ଗଡ଼ନାୟକ , ସମ୍ପାଦକ ରୋହିତ କୁମାର ଜେନାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଅକ୍ଷୟ କୁମାର ନାୟକ, ମହେଶ ଚନ୍ଦ୍ର ନାୟକ, ଭଞ୍ଜ କିଶୋର ସାହୁ ,ଅନିଲ କୁମାର ଭୂତିଆ , କୃଷି ଆତ୍ମା ସଭାପତି ଅଜୟ କୁମାର ସାହୁ , ଗୌତମ ସାହୁ ସମେତ ଅଞ୍ଚଳର କୃଷକ , ବୁଦ୍ଧିଜୀବୀ ,କୃଷି ମହାଯଜ୍ଞ କମିଟି , କୁଆଳୋ ଗ୍ରାମବାସୀ ଓ ମନ୍ଦିରର ସେବାୟତ ମାନଙ୍କ ସହଯୋଗରେ ଆଞ୍ଚଳିକ କୃଷି ମହାଯଜ୍ଞ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *