କାହିଁକି ନିଲମ୍ବନ ହେଲି ଜାଣିନି : ଅରବିନ୍ଦ
କାହିଁକି ନିଲମ୍ବନ ହେଲି ଜାଣିନି : ଅରବିନ୍ଦ
ଭୁବନେଶ୍ୱର ୧୫-୦୧-୨୦୨୬ (ବି.ଏନ .ଓ ) : ଦଳରୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର । କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା କହିଲେ ଅରବିନ୍ଦ । ବିଜେଡ଼ିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଲେ ଅରବିନ୍ଦ । କାହିଁକି ନିଲମ୍ବନ ହୋଇଛନ୍ତି ଜାଣି ନଥିବା କହି, ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିଥିବା କହିଲେ ଅରବିନ୍ଦ । ସେ କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ଦଳ ତରଫରୁ ଏପର୍ଯ୍ୟନ୍ତ ମୋତେ କିଛି ସୂଚନା ଦିଆ ଯାଇନାହିଁ । ନିଲମ୍ବନ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିଲି । ଦଳକୁ ଅସୁବିଧାରେ ପକାଇଲା ଭଳି କୌଣସି କାର୍ଯ୍ୟ କରିନାହିଁ । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଥିଲି । ମେଳି ବାବଦରେ ଉତ୍ତର ରଖି କହିଛନ୍ତି ଯେ, ମୁଁ କୌଣସି ମେଳିକୁ କିମ୍ବା ଭୋଜିକୁ ଯାଇନାହିଁ । ନିଲମ୍ବନର କାରଣ ବାପା ବିଜୟ ମହାପାତ୍ର କି ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ମୋ ବାପା ସ୍ୱତନ୍ତ୍ର ଓ ବରିଷ୍ଠ ନେତା । ସେ କଣ କରିବେ ତାଙ୍କ କଥା । ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ଚାହୁଁନି ବୋଲି କହିଲେ ଅରବିନ୍ଦ । 5T ବିରୋଧରେ ମନ୍ତବ୍ୟ ପ୍ରସଙ୍ଗରେ ଉତ୍ତର ଦେଇ କହିଛନ୍ତି, ମୁଁ ସେଭଳି କିଛି କରିନାହିଁ । ବିଜେଡିରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ ।

