କାର୍ଯ୍ୟରତ ପ୍ରାଥମିକ ବିଦ୍ୟାଳୟ ସମୂହ ଶିକ୍ଷକଙ୍କ ଦାବୀପତ୍ର ।

କାର୍ଯ୍ୟରତ ପ୍ରାଥମିକ ବିଦ୍ୟାଳୟ ସମୂହ ଶିକ୍ଷକଙ୍କ ଦାବୀପତ୍ର ।

 ପରଜଙ୍ଗ  ;05.08.23:BREAKING NEWS ODIA (report by nirmal gadanayak)  ଗତ ୨୦୨୨ ମସିହା ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟର ୧ ଲକ୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନିଜର ହକ ଦାବୀ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆନ୍ଦୋଳନକୁ ଓହ୍ଲାଇଥିଲା ।ଯଦ୍ୱାରା ୩୦ -୧୧-୨୦୨୨ ରିଖରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ପାତ୍ର ସଂଖ୍ୟା ୧୦୯ ସି ଏସ ଅନୁସାରେ ଶିକ୍ଷକ ପ୍ରତିନିଧିଙ୍କ ସହ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶୃତି ପାଇ ଥିଲେ ମଧ୍ୟ ଅଦ୍ୟାବଧି ଆଜକୁ ୮ ମାସ ଅତିବାହିତ ହୋଇଥିଲେ ସୁଧା ଦାବୀ ଗୁଡ଼ିକ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ସମସ୍ତ ଦାବୀ ଉପରେ ସମୂହ ବିଚାରକୁ ନେଇ ଏହାର ତୁରନ୍ତ ପଦକ୍ଷେପ ନେବାକୁ ସୂଚନା ଦେଇଛନ୍ତି,ନଚେତ୍ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ରାଜ୍ୟର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ।ଶିକ୍ଷକ ମାନଙ୍କ ରହିଥିବା ଦାବୀ ଗୁଡ଼ିକ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦ୍ୱାରା * ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ସହ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହ ଏକ୍ସ କ୍ୟାଡ଼ର ଶିକ୍ଷକ , କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା କରାଯାଉ । * ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାତରେ ବେତନ ( ମୂଳ ବେତନ ଲେଭଲ ୯ ଗ୍ରେଡ଼ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ।* ନୂତନ ପେନସନ ପ୍ରଥା ଉଚ୍ଛେଦ କରାଯାଇ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଦାବିରେ ପରଜଙ୍ଗ ବ୍ଲକ ମିଳିତ ବର୍ଗର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବଳରାମ ପଣ୍ଡା ଓ ସମ୍ପାଦକ ସୁବ୍ରତ କୁମାର କରଙ୍କ ନେତୃତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ପ୍ରାଥମିକ ଶିକ୍ଷକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ଦାବୀପତ୍ର ହସ୍ତାନ୍ତର କରିଥିଲେ ।ତତ୍ ସହିତ ଏହାର ଏକକିତା ନକଲ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓଡ଼ିଶାଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *