କଳକୀ ସେନା ପକ୍ଷରୁମାଆ ବିରଜା ଓ ମହାପୁରୁଷ ଅଭିରାମଙ୍କ ଆବିର୍ଭାବ ଦିବସ ପାଳନ

କଳକୀ ସେନା ପକ୍ଷରୁମାଆ ବିରଜା ଓ ମହାପୁରୁଷ ଅଭିରାମଙ୍କ ଆବିର୍ଭାବ ଦିବସ ପାଳନ
କଟକ : ତା.09.02- ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ପବିତ୍ର ତ୍ରିବେଣୀ ଅମାବାସ୍ୟା ତିଥିରେ ମା’ବିରଜା ଓ ମହାପୁରୁଷ ଅଭିରାମ ପରମହଂସଙ୍କ ଆବିର୍ଭାବ ଦିବସ ପାଳନ କରାଯାଇଛି |  ସିଡିଏ ସେକ୍ଟର-6ସ୍ଥିତ ସିଦ୍ଧମହାବୀର ମନ୍ଦିର ପରିସରରେ ଆୟୋଜିତ କଳକୀ ଦରବାର ମଞ୍ଚକୁ ସଦଗୁରୁ କଳକୀବାବା ଉଦଘାଟନ କରିଥିଲେ | ପ୍ରାରମ୍ଭରେ ମନ୍ଦିରର ମୁଖ୍ୟପୂଜକ ନନ୍ଦକିଶୋର ନନ୍ଦ ମଙ୍ଗଳାଷ୍ଟକ ଆବୃତ୍ତି କରିବା ପରେ
ପଣ୍ଡିତ ହିମାଂଶୁଭୂଷଣ ରଥଶର୍ମା ଓ ପଣ୍ଡିତ ନିରାକାର ପଣ୍ଡା ଶ୍ରୀଜଗନ୍ନାଥାଷ୍ଟକ ଓ କଳକୀ ଭଜନଗାନ କରିଥିଲେ | କଳକୀ ସେନା ପ୍ରଚାର କମିଟି କେନ୍ଦୀୟ ସଭାପତି ଆଡ଼ଭୋକେଟ ଏସ. ପିନାକୀନଙ୍କ ସଭାପତିତ୍ବରେ ସତସଙ୍ଗରେ ମୁଖ୍ୟପ୍ରବକ୍ତା ପଣ୍ଡିତ ନନ୍ଦକିଶୋର ନନ୍ଦ ବ୍ରହ୍ମାଙ୍କ ଯଜ୍ଞକୁଣ୍ଡରୁ କିଭଳି ଭଗବତୀ ବିରଜାଙ୍କ ଆବିର୍ଭାବ ଘଟିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ |

NEWS BY BIJAY KUMAR PANDA

ଅନ୍ୟତମ ପ୍ରବକ୍ତା ସମାଜସେବୀ ବିଶ୍ୱପ୍ରକାଶ ଦାଶ କହିଲେ-ବିଶ୍ୱବ୍ରହ୍ମାଣ୍ଡର ମହାନସନ୍ଥଙ୍କ ପୁନଃ ଅବତାର ହେଉଛନ୍ତି ମହାପୁରୁଷ ଅଭିରାମ ପରମହଂସ | ଅନ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ, କଳକୀରତ୍ନ ଲକ୍ଷ୍ମୀଧର ଦାସ, ଧର୍ମପ୍ରାଣ ଅଶୋକ କୁମାର ସେନାପତି, ଦୁର୍ଯ୍ୟୋଧନ ମହାପାତ୍ର, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ଆଡ଼ଭୋକେଟ ବିଶ୍ୱଜିତା ଜେନା, ଡାକ୍ତର ଅନିନ୍ଦିତା ମହାପାତ୍ର, ଶକ୍ତିସ୍ୱରୂପା ଦାସ, ଲକ୍ଷ୍ମୀସ୍ୱରୂପା ଦାସ, ପ୍ରାପ୍ତିକର ମହାପାତ୍ର, ମହାଶ୍ଵେତା ଦେବରାୟ ଗୀତାରାଣୀ ପାଣି ପ୍ରମୁଖ ନିଜସ୍ୱ ଦୃଷ୍ଟିରୁ ଆଲୋଚନା କରିଥିଲେ | ଶେଷରେ ଲୋକସମ୍ପର୍କ ପ୍ରମୁଖ ବିଜୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *