କଟକର ଅତିରିକ୍ତ ଜିଲ୍ଲାପାଳ ଭାବେ କମଲଜିତ୍ ଦାସଙ୍କ ଦାୟିତ୍ଵ ଗ୍ରହଣ

କଟକର ଅତିରିକ୍ତ ଜିଲ୍ଲାପାଳ ଭାବେ କମଲଜିତ୍ ଦାସଙ୍କ ଦାୟିତ୍ଵ ଗ୍ରହଣ

କଟକ, ୧୭-୦୧-୨୦୨୬( ବି.ଏନ .ଓ ) : (ବିଜୟ କୁମାର ପଣ୍ଡା ) ଜି ପୂର୍ବାହ୍ନରେ ଓଡ଼ିଶା ପ୍ରଶାସନିକ ସେବା- ୨୦୦୬ ବ୍ୟାଚର ଅଧିକାରୀ ଶ୍ରୀ କମଲଜିତ୍ ଦାସ କଟକର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,ଶ୍ରୀ ଦାସଙ୍କ କଟକ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା।ଏହା ପୂର୍ବରୁ ସେ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ରହି ଷ୍ଟାର୍ଟ ଅପ ପ୍ରକଳ୍ପଗୁଡ଼ିକର ତଦାରଖ କରିଆସୁଥିଲେ । ତତ୍ ପୂର୍ବରୁ ସେ କଟକ ସଦର ଉପ ଜିଲ୍ଲାପାଳ ଭାବେ ମଧ୍ୟ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଆଜି ସେ ଶ୍ରୀ ଶିବ ଟୋପୋଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ସଂଧ୍ୟାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହରେ ସ୍ବାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ ସମେତ ଉଭୟ ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *