କଟକ ଜିଲ୍ଲାପାଳ ଭାବେ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀ

କଟକ ଜିଲ୍ଲାପାଳ ଭାବେ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀ

NEWS BY BIJAY KUMAR PANDA(CTC)

କଟକ:26.10.23(B.N.O.): ରାଜ୍ୟସରକାର ପକ୍ଷରୁ ବରିଷ୍ଠ ଓଏଏସ ତଥା ପଦୋନ୍ନତି ଆଇଏଏସସ୍ତରରେ କିଛି ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟସରକାରଙ୍କ ଜି.ଏ. ଆଣ୍ଡ ପି.ଜି. ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କର ବଦଳି ହୋଇଯାଇଛି । ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିଭଳି ସୁବର୍ଣ୍ଣପୁର ପୂର୍ବତନ ଡେପୁଟି କଲେକ୍ଟର ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଇଡିକୋ ଲ୍ୟାଣ୍ଡ ଅଫିସର ଭାବେ ବଦଳି କରାଯାଇଥିବାବେଳେ ବିରମହାରାଜପୁର ତହସିଲଦାର ବିବୁଧ ଗଡ଼ନାୟକଙ୍କୁ ଜଗତସିଂହପୁର ଅତିରିକ୍ତ ସବ କଲେକ୍ଟର ଭାବେ ବଦଳି କରାଯାଇଛି । ପୁନଶ୍ଚ ବାଙ୍କୀ ଡମପଡ଼ା ବିଡିଓ ଶ୍ୟାମଳ କୁମାର ରାୟଙ୍କୁ ଭଦ୍ରକ ଅତିରିକ୍ତ ଉପ ଜିଲ୍ଲାପାଳ, ଇଡ଼କୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର ଅରୁଣ ତ୍ରିପାଠୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଉପ ସଚିବ, କେ.ନୂଆଗାଁ ପୂର୍ବତନ ବିଡିଓ ଜୟଦେବ ଦାସଙ୍କୁ କଳାହାଣ୍ଡି ଭବାନୀ ପାଟଣା ଅତିରକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ସୂଚନା ଯୋଗ୍ୟ ଯେ, ତେବେ ଡକ୍ଟର ଚୟନୀ କଟକରେ ଜିଲ୍ଲାପାଳ ଭାବେ ଯୋଗଦେବା ପର ଠାରୁ କଟକ ଅଞ୍ଚଳର ବହୁବିଧ ଉନ୍ନତି ହୋଇ ପାରିଛି । କଟକ ସହରର ସମସ୍ୟାର ସମାଧାନ ପାଇଁ ଗୋପଦ ଅଭିଯାନ ଠାରୁ ଆରମ୍ଭ କରି ବାଲିଯାତ୍ରା ପଡ଼ିଆର ଉନ୍ନତିକରଣ, କାଗଜ ଡଙ୍ଗା ପ୍ରସ୍ତୁତ କରି କଟକକୁ ଗିନିଜ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ଦିଆଇବା, ବସ୍ତି ଉଚ୍ଛେଦ ଓ ସେମାନଙ୍କୁ ଅନ୍ୟତ୍ର ଥଇଥାନ ସହ ରାଜ୍ୟସରକାରଙ୍କ ପ୍ରତ୍ୟେକ ପ୍ରକଳ୍ପର ସଫଳ ରୂପାୟନ କ୍ଷେତ୍ରରେ ସେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *