କଟକ ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ କର୍ମଶାଳା
କଟକ ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ କର୍ମଶାଳା

କଟକ-ତା ୫\୧୧\୨୩ (B.N.O.)ଏଆଇଟିୟୁସି ସମ୍ବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ କଟକ ଜିଲ୍ଲା ର ବିଶେଷ କର୍ମଶାଳା ବାରବାଟୀ ଷ୍ଟାଡିୟମ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୋବିନ୍ଦଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ଇସକଫ ଜାତୀୟ ସଂପାଦକ ବିଜୟ କୁମାର ପଢିହାରୀ, ରାଜ୍ୟ ନିର୍ମାଣ ଶ୍ରମିକ ସଙ୍ଘ ସାଧାରଣ ସଂପାଦକ ବ୍ରଜ ପ୍ରଧାନ, ଏଆଇଟିୟୁସି କଟକ ଜିଲ୍ଲା ସଭାପତି କିଶୋର ଜେନା, କଟକ ପ୍ରେସ ଶ୍ରମିକ ନେତା ରାମଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗେ ଦେଇ କେନ୍ଦ୍ର ସରକାର ଙ୍କ ଶ୍ରମିକ ମାରଣ ସଂଶୋଧିତ ଆଇନ ବିରୋଧରେ ଐକ୍ଯବଦ୍ଧ ସଂଗ୍ରାମ କରିବାକୁ ଆହ୍ବାନ ଦେଇ ଥିଲେ । ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା କାର୍ଯ୍ୟକ୍ରମର ବିବରଣୀ
ପ୍ରଦାନ କରିଥିଲେ । ଶ୍ରମିକଙ୍କୁ ପେନସନ-୩୦୦୦ଟଙ୍କା ପ୍ରଦାନ କ୍ଷେତ୍ରରେ ବିଳମ୍ବ କରାଯାଉଥିବାରୁ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଭା ରେ ନୂତନ କାର୍ଡ ବଣ୍ଟନ କରାଯାଇଥିଲା ।ଜିଲ୍ଲା ର ଆଠଗଡ, ବାଙ୍କି, ଚୌଦ୍ବାର,ସାଲେପୁର, ଜଗତପୁର, କିଶୋରନଗର, କଟକ ନଗର ଓ କଟକସଦର ବ୍ଲକରୁ ଶ୍ରମିକମାନେ ଯୋଗଦେଇ ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସବିତା ଉପାଧ୍ୟୟ,ଅନୁପମା ଗିରି,ଗିତାଞଳୀ ଜେନା, ଜୟନ୍ତୀ ନାୟକ, ଲକ୍ଷ୍ମୀପ୍ରିୟା ବେହେରା, ଭବାନୀ ଶଙ୍କର କାଣ୍ଡି,ଅରୁଣ କୁମାର ପରିଡା, ଅଜୟ ଗିରି,ଝିଲ୍ଲ୍ଲି ବିଶୋଇ, ରୋଜି ଦାସ, ଯୋଗୈନ୍ଦ୍ର ଭୋଇ,ମମତା ନାୟକ, ଉର୍ମିଲା ନାୟକ,ଛବି ଖୁଣ୍ଟିଆ, ନିତ୍ୟାନନ୍ଦ ନାୟକ ,ହେମନ୍ତ ଦାସ,ସଞ୍ଜୟ ପରିଜା, ଶଙ୍କର୍ଷଣ ନାୟକ,ପ୍ରମିଳା ସାହୁ, ଗୀତାଞ୍ଜଳୀଗିରି,ରାଜେଶ ପ୍ରଧାନ, ସରୋଜ ରାଉତ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ପ୍ରସନ୍ନ ମହାପାତ୍ରଧନ୍ୟବାଦ ଅର୍ପଣ କରିଥିଲେ ।