କଟକ ଜିଲ୍ଲା ଇପିଏଫ ପେନସନ ଆସୋସିଏସନ୍ ର ବୈଠକ

କଟକ ଜିଲ୍ଲା ଇପିଏଫ ପେନସନ ଆସୋସିଏସନ୍ ର ବୈଠକ
କଟକ: ୧୮.୭.୨୩(BREAKING NEWS ODIA)ମାସିକ ସର୍ବନିମ୍ନ ପେନସନ ୯୦୦୦ଟଙ୍କା କୁ ବୃଦ୍ଧି ସହିତ ମହଙ୍ଗାଭତ୍ତା ଏବଂ ସ୍ବାସ୍ଥ୍ୟ ବୀମା ଲାଗୁ କରିବା ଦାବି ଆସୋସିଏସନ୍ ପକ୍ଷରୁକେନ୍ଦ୍ର ସରକାର କଂ ନିକଟରେ ଉପସ୍ଥାପିତ କରିଆସୁଥିଲେ ମଧ୍ୟଦାବି ପୂରଣ ହୋଇପାରି ନାହିଁ ।ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ କାର୍ଯ କାରୀ କମିଟି ବୈଠକ ରେ ଉଦ୍ ବେଗ ପ୍ରକାଶ ପାଇଛି । ପେନସନ ଉପଭୋକ୍ତା ସ୍ବଳ୍ପ ପେନସନ ପାଇଜରାରୋଗର ଚିକିତ୍ସା କରାଇବା ସମ୍ବବପରହୋଇପାରୁନାହିଁ ।ଅତିରିକ୍ତ ମହଙ୍ଗା ବଜାର ପାଇଁ ବହୁ ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି ।ରାଜ୍ୟ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ଅନୁଯାୟୀ ଚଳିତ ଜୁଲାଇ ୨୦ ତାରିଖ ରେ ଆର ଡି ସି କଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ। ଏହାକୁ ସଫଳ କରିବା କୁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ସଂସଦ ଅଧିବେଶନ ସମୟରେ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆସୋସିଏସନ୍ ରାସ୍ତା ରୋକ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ସ୍ଥିରକରାଯାଇଛି। ଏତଦ୍‌ବ୍ୟତୀତ ସାଂଗଠନୀକ କ୍ଷେତ୍ରରେ କେତେକ ଆଲୋଚନା ହୋଇଥିଲା । ବୈଠକରେ ସଂଘ ର ସଭାପତି ରାଜକିଶୋର ସାଇଁ ଅଧ୍ୟକ୍ଷତା କରିଥିଲେ ।ସଂପାଦକ ବିନୋଦ କୁମାର ବେହେରା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଲେଖ ରାଉତ, ପ୍ରମୋଦ ତ୍ରିପାଠୀ, ଶତୃଘ୍ନ ପ୍ରଧାନ, ସୁରେଶ ଚନ୍ଦ୍ର ତରାଇ, ସୁକାନ୍ତ କୁମାର ସ୍ବାଇଁ, ପ୍ରତାପ ମିଶ୍ର, ଦେବେନ୍ଦ୍ର କୁମାର ସାହୁ, ନିହାର ପଟ୍ଟନାୟକ, ଆଦିତ୍ଯ ପଟ୍ଟନାୟକ, ବିଜୟ କେତନ ସ୍ବାଇଁ, ଶ୍ରୀକାନ୍ତ ସିହ୍ନା,ରବୀନ୍ଦ୍ର କୁମାର ମହାନ୍ତି, ରବୀନ୍ଦ୍ର କୁମାର ପରିଡା, ମୁରଲିଧର ବେହେରା, ବନମାଳି ବେହେରା, ଦେବେନ୍ଦ୍ର ସାହୁ,ବଂଶୀଧର ସେଠୀ, ଭଜକୃଷ୍ନ ଲେଙ୍କା ,ସୁରେନ୍ଦ୍ର ସାହୁ,ମନୋରଞ୍ଜନ ମହାନ୍ତି, ପ୍ରଫୁଲ୍ଲ ପରିଡା,ପ୍ରଶାନ୍ତ ସାମନ୍ତରାୟ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *