ଓଡ଼ିଶା ପୁର୍ବ ସୈନିକ ମହାସଂଘର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ

ଓଡ଼ିଶା ପୁର୍ବ ସୈନିକ ମହାସଂଘର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ

କଟକ ୧୧-୧୧-୨୦୨୫(ବି.ଏନ .ଓ ) : (ବିଶ୍ଵମ୍ବର ସେନାପତି) ପୂର୍ବନିର୍ଦ୍ଧାରିତ ଯୋଜନା ଅନୁସାରେ, ଓଡ଼ିଶା ପୁର୍ବ ସୈନିକ ମହାସଂଘର ଦ୍ୱିତୀୟ ଅଧିବେଶନ କଟକ ଜିଲ୍ଲାର ୪୨ ମୌଜା ଅନ୍ତର୍ଗତ ଥାନପତି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନଟି ଅନ୍ତରୀଣ ସଭାପତି ଭେଟେରାନ କରୁଣାକର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଓ ଅଞ୍ଚଳରୁ ଆସିଥିବା ୩୪ ଟି ପୁର୍ବ ସୈନିକ ସଂଗଠନ ମାନଙ୍କର ସଭାପତି ଓ ସମ୍ପାଦକମାନେ ଏହି ଅଧିବେଶନରେ ଯୋଗଦେଇଥିଲେ । ସଭାପତିଙ୍କ ସ୍ୱାଗତ ଭାଷଣପରେ ଭେଟେରାନ ଜୟ କୃଷ୍ଣ ନାଥଙ୍କ ଦ୍ୱାରା ଅନ୍ତରୀଣ ଡ୍ରାଫ୍ଟ କମିଟି ଦ୍ୱାରା ପ୍ରସ୍ତୁତ ଓଡ଼ିଶା ପୁର୍ବ ସୈନିକ ମହାସଂଘର ମେମୋରେଣ୍ଡମ ବାଏ.ଲ  ଓଇଂଟରିୟମ ଏକଜୁକେଟିଭ କମିଟିର  ଖସଡ଼ା ପାୱାରପଏଣ୍ଟ ସହିତ ସବିସ୍ତାର ଭାବେ ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଉପସ୍ଥିତ ସଦସ୍ୟ ମାନଙ୍କ ଦ୍ୱାରା ଗଭୀର ଆଲୋଚନା ଓ ପରାମର୍ଶ ପରେ, ଧ୍ୱନି ଓ କରତାଳି ସହିତ ସର୍ବସନ୍ନମତି କ୍ରମେ ଉକ୍ତ ପ୍ରସ୍ତାବ ଗୃ ହୀତ ହୋଇ, ତତ୍କାଳ ଲାଗୁ କରାଯିବା ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଏହି ଅଧିବେଶନରେ ଗଠିତ କାର୍ଯ୍ୟକାରୀ କମିଟିର ନିର୍ବାଚିତ ପଦାଧିକାରୀମାନେ ହେଲେ ସଭାପତି କରୁଣାକର ନାଥ,ଉପସଭାପତି (ବଶିଷ୍ଠ) ଅନିଲ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସୋମନାଥ ମହାରଣା,ଯୁଗ୍ମ ସମ୍ପାଦକ– ସରୋଜ ରାଉଳ,କୋଷାଧ୍ୟକ୍ଷ- ସୁକଦେବ ଖଟୁଆ ,ଉପଦେଷ୍ଠାମଣ୍ଡଳୀ ଦିଲ୍ଲୀପ ମହାପାତ୍ର, ଶ୍ରଦ୍ଧାନନ୍ଦ ଦାସ୍, ବ୍ରଜବନ୍ଧୁ ପଣ୍ଡା, କୈଳାଶ ଚନ୍ଦ୍ର ରାଉତ, ଦେବରାଜ ସ୍ୱାଇଁ, ଭାଷ୍କର ପରିଡ଼ା, ଯଯାତି କେଶରୀ କର, ସଂଜୟ କୁମାର୍ ମହାନ୍ତି , ଲିଗାଲ ଆଡଭାଇଯର ଗତି କୃଷ୍ଣ ଶତପଥୀ, ପରିଚାଳନା ସମ୍ପାଦକ ସୁଧାଂଶୁ ଶେଖର ନାୟକ ,ମିଡ଼ିଆ ପ୍ରଭାରୀ : ସଚି କାନ୍ତ ନାଥ ପ୍ରମୁଖ ନିର୍ବାଚିତ ହୋଇଥିଲେ ଭେଟେରାନ ପ୍ରଦୀପ କୁମାର ସ୍ୱାଇଁ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳନା କରିଥିଲେ ।ଏହି ଅଧିବେଶନ ମାଧ୍ୟମରେ ଓଡ଼ିଶା ପୁର୍ବ ସୈନିକ ମହାସଂଘ ଏକ ନୂତନ ଦିଗରେ ପଦାର୍ପଣ କରିଛି ଯେଉଁଠି ଓଡ଼ିଶାର ସମସ୍ତ ଭୁତପୂର୍ବ ସୈନିକମାନଙ୍କ ଏକତା, ଗରିମା ଓ ସେବାଭାବିକ ଆତ୍ମାକୁ ସଙ୍ଗଠିତ କରି ସାମାଜିକ ଓ ଜାତିୟ ପୁନର୍ନିର୍ମାଣରେ ଅବଦାନ ଜାରି ରଖିବ । ଶେଷରେ ଭେଟେରାନ ଶ୍ରଦ୍ଧାନନ୍ଦ ଦାଶ  ଧନ୍ୟବାଦ ଅର୍ପଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *