ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

  • କଟକ ବାଲିଯାତ୍ରା ପାଇଁ ସରକାରୀ ଅନୁଦାନକୁ ୨ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • କଟକକୁ ତାରକସି ହବ ରେ ପରିଣତ କରାଯିବ
  • ୨୦୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ ତଟ ସୋନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ଯୋଜନା
  • ବାଲିଯାତ୍ରା ହେଉଛି ଓଡିଆ ଜାତିର ଗୌରବ, ସାହାସ ଓ ବାଣିଜ୍ୟିକ ଐତିହର ଜୀବନ୍ତ ସ୍ମୃତି- ମୁଖ୍ୟମନ୍ତ୍ରୀ
News By Bijay kumar panda

କଟକ ୦୫-୧୧-୨୦୨୫(ବି.ଏନ .ଓ ) : (ବିଜୟ କୁମାର ପଣ୍ଡା )   ଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ।  ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। 
 
ସରକାର ଗଠନର ୫୦୦ ଦିନ ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ଶିଳ୍ପ, ମହିଳା ସଶକ୍ତି କରଣ ,ଭିତ୍ତିଭୂମି, ଓଡିଆ ଅସ୍ମିତା ଆଦି ସମସ୍ତ କ୍ଷେତ୍ରରେ ସରକାର ମନପ୍ରାଣ ଦେଇ କାମ କରୁଛନ୍ତି। କଟକ ବାସୀଙ୍କୁ ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ହେଉଛି ଭାଇଚାରାର ସହର। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।  ବାଲିଯାତ୍ରା ଷ୍ଟଲ୍ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷର ବାଲିଯାତ୍ରା ବହୁତ ଆକର୍ଷଣୀୟ ହୋଇଛି। ଏ ବର୍ଷ ପାଖାପାଖି ୨୦୦୦ ଟି ଷ୍ଟଲ ଖୋଲାଯାଉଛି।  ବ୍ୟବସାୟ ଦୃଷ୍ଟିକୋଣ ସହିତ, ନୂଆ ନୂଆ ପ୍ରଡକ୍ଟ ସମ୍ପର୍କରେ ଜାଣିବା ଏବଂ ଭାଇଚାରାର ବନ୍ଧନକୁ ସୁଦୃଢ କରିବା ହେଉଛି ଆମର ଲକ୍ଷ୍ୟ।  ଗତବର୍ଷ ୨୦୦ କୋଟି ଟଙ୍କାର ବିଜନେସ ହୋଇଥିବା ବେଳେ ଚଳିତବର୍ଷ ଆହୁରି ଅଧିକ ହେବ ବୋଲି ସେ ଆଶା କରିଥିଲେ।। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କୁ କଟକ ତାରକସି କାମର ଏକ ବୋଇତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବଡ଼ମ୍ବା ମୋହନ୍ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କଳା ନନ୍ଦିନୀ ନାଟକ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରିବା ସହିତ ଭାଷା ଓ ସାହିତ୍ୟକୁ ପ୍ରୋତ୍ସାହନ ପ୍ରକ୍ରିୟାରେ ପିଲାମାନଙ୍କୁ ପୁସ୍ତକ ବିତରଣ କରିଥିଲେ।
 
ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଥିଲେ ବାଲିଯାତ୍ରା ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଇ ଦେଇଥାଏ ଏ ଜାତିର ସ୍ୱାଭିମାନ ବିଷୟରେ। ଓଡିଆତ୍ୱର ଛାପ ଦକ୍ଷିଣ ପୂର୍ବ ଏସୀୟ ଦେଶ ମାନଙ୍କ ମଧ୍ୟରେ ଆଜି ମଧ୍ଯ ଉଜ୍ଜୀବିତ ହୋଇ ରହିଛି। ଆମର ପୂର୍ବ ସ୍ୱାଭିମାନ ଓ ଅସ୍ମିତାରୁ ପ୍ରେରଣା ନେଇ ଆତ୍ମାନିର୍ଭରତା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।  ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ବାଲିଯାତ୍ରାର ସଫଳ ଅୟୋଜନ ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।  କଟକ ସାଂସଦ ଶ୍ରୀ ଭତୃହରି ମହତାବ କହିଥିଲେ ଯେ  କଟକ ବାଲିଯାତ୍ରା ହେଉଛି ଏକ ନିରବଚ୍ଛିନ୍ନ ଐତିହ୍ୟ ଏବଂ କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କଟକ ଓ ବାରବାଟୀ ଅଞ୍ଚଳରେ ଅନେକ ଲୁକ୍କାୟିତ ଇତିହାସ ରହିଛି, ସେ ସବୁ ଉନ୍ମୋଚିତ ହେବାର ଆବଶ୍ୟକତା ରହିଛି। ଆଗମୀ ଦିନରେ କଟକର କୁଶଳୀ ମାନବ ସମ୍ବଳ ଜରିଆରେ କଟକ ଆହୁରି ସମୃଦ୍ଧଶାଳୀ ହେବ।  ହୋଷ୍ଟ କଣ୍ଟ୍ରି ଭାବେ ଯୋଗଦେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ କୃଷ୍ଣମୂର୍ତ୍ତି କହିଥିଲେ ଯେ ବାଲିଯାତ୍ରା କେବଳ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଅତୀତ ନୁହେଁ ଏହା ଓଡ଼ିଶା ଓ ଇଣ୍ଡୋନେସିଆର ସୁସମ୍ପର୍କକୁ ଦର୍ଶାଉଛି। ଇଣ୍ଡୋନେସିଆର ସାଂସ୍କୃତିକ ପରମ୍ପରାରେ ମଧ୍ୟ ବାଲିଯାତ୍ରା କଥା ରହିଛି। ହୋଷ୍ଟ କଣ୍ଟ୍ରି ଭାବେ ଇଣ୍ଡୋନେସିଆକୁ ସମ୍ମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ୍ ଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, ସୋଫିଆ ଫିର୍ଦୋଶ, ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ବାଲିଯାତ୍ରା ଉଦଘାଟନୀ ଅବସରରେ ବକ୍ତବ୍ୟ ରଖିଥିଲେ।  ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଆରଡିସି ଶ୍ରୀମତି ଗୁହା ପୁନମ ତାପସ କୁମାର, ପୋଲିସ କମିଶନର ଶ୍ରୀ ଏସ ଦେବଦତ୍ତ ସିଂହ ଉପସ୍ଥିତ ଥିଲେ।  ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋ ଧନ୍ୟବାଦ୍ ଅର୍ପଣ କରିଥିଲେ।
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *