ଏନ୍ଏଚ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି,ସରାଙ୍ଗ ଚେକ୍ ଗେଟ ନିକଟରେ ଲୋକଙ୍କ ଜୀବନଯାତ୍ରା ପ୍ରତି ବିପଦ ସଂକେତ , ଚର୍ତୃମୁଖୀ ରାସ୍ତା ଉପରେ ଟ୍ରାଫିକ ଦାବୀ  ।

ଏନ୍ଏଚ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି,ସରାଙ୍ଗ ଚେକ୍ ଗେଟ ନିକଟରେ ଲୋକଙ୍କ ଜୀବନଯାତ୍ରା ପ୍ରତି ବିପଦ ସଂକେତ , ଚର୍ତୃମୁଖୀ ରାସ୍ତା ଉପରେ ଟ୍ରାଫିକ ଦାବୀ  ।

ପରଜଙ୍ଗ: 13.08.23  BREAKING NEWS ODIA  (Report by Nirmal gadanayak)  ହ୍ଲର ଛକ ଠାରୁ ସରାଙ୍ଗ , ପିତିରି, ପରଜଙ୍ଗ , ବାରିହାପୁର, ମୁକ୍ତାପଶି ଦେଇ ଡୁବୁରି ପର୍ଯ୍ୟନ୍ତ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇ ଏହାକୁ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ କରାଯାଉଛି । ଏହା କୁନାଲ କମ୍ପାନୀ ନାମକ ଠିକା ସଂସ୍ଥା ଦ୍ୱାରା ରାଜପଥ ନିର୍ମାଣଧିନ ଅବସ୍ଥାରେ ରହିଛି ।ଏହାରି ମଧ୍ୟରେ ସରାଙ୍ଗ ଜଟିଆ ଛକ ନିକଟରେ ପ୍ରବାହିତ ହୋଇଥିବା ବ୍ରାହ୍ମଣୀ ନଦୀଉପରେ ନୂତନ ପୋଲ ନିର୍ମାଣ ଓ ଅନ୍ୟତ୍ର ରାସ୍ତାରେ ରହିଥିବା ଛୋଟ ବଡ ନାଳ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ରାସ୍ତା ଓସାର ହେବା ଦ୍ଵାରା ଅଧିକାଂଶ ଛକ ସ୍ଥାନ ମାନଙ୍କରେ ଯାତ୍ରୀଙ୍କ ସମେତ ଗୃହପାଳିତ ପଶୁ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।କମ୍ପାନୀର ଆବଶ୍ୟକତା ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ନଥିବାରୁ ରାସ୍ତାରେ ଅନେକ ସମସ୍ୟା ସୃଷ୍ଟି କରୁଛି ।ଅଧିକାଂଶ ଗାଁ ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ବରେ ଥିବାରୁ ଗୃହପାଳିତ ପଶୁ ମାନେ ରାସ୍ତା ଉପରେ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁ ବରଣ କରୁଛନ୍ତି ।ଚାଷୀ ମାନେ ଚାଷ କାର୍ଯ୍ୟପାଇଁ ରାସ୍ତାରେ ପାର ହୋଇ ନିଜ ଚାଷ ଜମିକୁ ହଳଲଙ୍ଗଳ ନେଉଥିଲେ ସୁଦ୍ଧା ନିଜକୁ ସୁରକ୍ଷିତ ମନେକରୁନାହାନ୍ତି । ଏନଏଚଆଇ କର୍ତ୍ତୃପକ୍ଷଙ୍କ ବେପରୁଆ ଓ ଖାମଖିଆଲ ମନୋଭାବ ଯୋଗୁଁ ଆଜି ପରଜଙ୍ଗ ବ୍ଲକ ସରାଙ୍ଗ ଚେକ୍ ଗେଟ ଠାରେ ଯାତ୍ରୀଙ୍କ ଜୀବନକୁ ନେଇ ଖେଳ କରୁଛି ।କାରଣ ଏହି ସ୍ଥାନଟି ଚର୍ତୃମୁଖି ଅର୍ଥାତ୍ ୪ ଦିଗରୁ ଲୋକ ମାନେ ଆସି ଯାତାୟତପଥ ସହିତ ମିଶି ବିଭିନ୍ନ ଦିଗକୁ ଯାତାୟତ କରିଥାନ୍ତି ।ରାଜପଥ ସହିତ ଗୋଟିଏ ପାର୍ଶ୍ୱର ପୂର୍ତ୍ତବିଭାଗ ରାସ୍ତା ମିଶିଥିବାରୁ ଏଥିରେ ସବୁବେଳେ ବିଭିନ୍ନ ଅଞ୍ଚଳର ସଂଖ୍ୟାଧିକ ଗ୍ରାମର ଲୋକମାନେ ଯାତାୟତ କରୁଥିବା ବେଳେ ରାସ୍ତାର ଅପର ପାର୍ଶ୍ଵରେ ସରାଙ୍ଗ ପୁରୁଣା ଗ୍ରାମ ,ଏହି ଗ୍ରାମ ନିକଟରେ ବ୍ରାହ୍ମଣୀନଦୀ ରହିଛି ।ନଦୀ ତଟରେ ବିଶାଳ ବିଷ୍ଣୁଙ୍କ ମୂର୍ତ୍ତି ଥିବାରୁ କାର୍ତ୍ତିକ ମାସରେ ଶହ ଶହ ସଂଖ୍ୟକ ପର୍ଯ୍ୟଟକ ଏବଂ ଅନ୍ୟ ଦିନ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଖିବାକୁ ମିଳିଥାଏ । ରାଜପଥକୁ ଲାଗି ସରାଙ୍ଗ ଅନନ୍ତଶୟନ ହାଇସ୍କୁଲ ,ଅଳ୍ପ ଦୂରରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ ,ରାଜପଥର ବାମ ପାର୍ଶ୍ୱରେ ଜଟିଆ ଛକ ଓ ଜଟିଆ ଗ୍ରାମ ରହିଛି ,ତାଳଚେର ଦିଗରୁ ଓ ପରଜଙ୍ଗ ଦିଗରୁ ଉଭୟ ପାର୍ଶ୍ବରୁ ସଦାସର୍ବଦା ଶହ ଶହ ସଂଖ୍ୟାରେ ଯାନବାହାନ ଚଳପ୍ରଚଳ ହେଉଥିବାରୁ ଏହି ଛକଟି ସମସ୍ତଙ୍କ ଲାଗି ଜୀବନ ଯାତ୍ରା ଉପରେ ବିପଦ ସଂକେତ ରହିଛି ।ଏହି ଛକ ଉପରେ କୌଣସି ଟ୍ରାଫିକ ନଥିବାରୁ ଲୋକଙ୍କ ଯାତାୟତ ନିରାପଦ ନୁହେଁ ।ଏପରି ସ୍ଥଳେ ଉକ୍ତ ଛକରେ କମ୍ପାନୀ ଦ୍ଵାରା ଗୋଟିଏ ପାର୍ଶ୍ଵ ରାସ୍ତା ଉପରେ ମାଟି ପକାଇ ଦେଇଥିବାରୁ ଦୀର୍ଘ ଦିନ ହେବ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ୍ ଥିବାରୁ ପୂର୍ତ୍ତ ବିଭାଗ ରାସ୍ତାରେ ଯାଉଥିବା ସମସ୍ତ ଅନୁଷ୍ଠାନର ବିଦ୍ୟାର୍ଥୀ ,କର୍ମଚାରୀ , ବାଟୋଇ ମାନେ ଅପରପାର୍ଶ୍ଵ ରାସ୍ତା ସହିତ ମିଶି ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ଦିଗକୁ ଯାତାୟତ କରିବାକୁ ପଡୁଛି ।ଜଟିଆ ଯୁବ ସଂଗଠନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଉଭୟ ପାର୍ଶ୍ବରେ ସର୍ଭିସ୍ ରୋଡ ଓ ଛକରେ ଟ୍ରାଫିକ ବ୍ୟବସ୍ଥା ଉପରେ ଦାବି କରି ଆସୁଥିଲେ ମଧ୍ୟ କମ୍ପାନୀ ଏହାକୁ ହେୟ ମନେକରୁଛି । ରାସ୍ତା ପାର୍ଶ୍ବକୁ ଲାଗି ରହିଥିବା ବିଦ୍ୟାଳୟ କର୍ମଚାରୀ କମ୍ପାନୀର ଗୁମାସ୍ତା ହେବାକୁ ପଡ଼ିଛି ।କାରଣ ବିଦ୍ୟାର୍ଥୀ ମାନେ ସ୍କୁଲକୁ ଯିବା ଆଉ ଆସିବା ପାଇଁ ବିଦ୍ୟାଳୟର ଜଣେ ପିଅନ ରାଜପଥ ମଝିରେ ଟ୍ରାଫିକ ପୋଲିସ ଭଳି ଠିଆ ହୋଇ ନିଜ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ରାସ୍ତା ପାର କରୁଥିବା ଦୃଶ୍ୟ ଏଠି ଦେଖିବାକୁ ମିଳିଛି ।ତୁରନ୍ତ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ଛକରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ନବୋଦୟ ବିଦ୍ୟାଳୟ ଠାରୁ ସରାଙ୍ଗ ଛକ ଭାୟା ଜଟିଆ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ସର୍ଭିସ୍ ରୋଡ଼ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।ନଚେତ୍ ଆଗାମୀ ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ,ଅବିଭାବକ , ଯୁବସଂଗଠନ ସଦସ୍ୟ , ଅଞ୍ଚଳବାସୀ ମିଶି ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *