ଏଚ୍‌ଇଆଇଡି ଓ ଏଚ୍‌ପିସିଏଲ୍ ପକ୍ଷରୁ ଏଚ୍‌ପିସିଏଲ୍ ପେଟ୍ରୋଲ୍ ପମ୍ପ୍‌ରେ ବ୍ୟାଟେରି ସ୍ୱାପିଂ ସେବା ଆରମ୍ଭ କରାଯିବ

ଭୁବନେଶ୍ୱର: ହୋଣ୍ଡା ମୋଟର ଇଣ୍ଡିଆର ବ୍ୟାଟେରି ସ୍ୱାପିଂ ସେବା ପ୍ରଦାନକାରୀ ସଂସ୍ଥା ହୋଣ୍ଡା ପାୱାର୍ ପ୍ୟାକ୍ ଏନର୍ଜି ଇଣ୍ଡିଆ
ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଇଆଇଡି) ଓ ହିନ୍ଦୁସ୍ତାନ୍ ପେଟ୍ରୋଲିୟମ୍‌ କର୍ପୋରେସନ୍ ଲିମିଟେଡ୍ (ଏଚ୍‌ପିସିଏଲ୍‌) ପକ୍ଷରୁ ଏଚ୍‌ପିସିଏଲ୍‌ର ପେଟ୍ରୋଲ୍ ପମ୍ପ୍‌ରେ ହୋଣ୍ଡା ଇ-ସ୍ୱାପ୍ ସେବା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଛି ଯାହାକୁ ଏଚ୍‌ଇଆଇଡି ପରିଚାଳନା କରିବ । ୨୦୨୧ ନଭେମ୍ବର୍‌ରେ ଏଚ୍‌ଇଆଇଡି ଇଣ୍ଡିଆ ପକ୍ଷରୁ ଇ-ଅଟୋ ରିକ୍ସା ପାଇଁ ବ୍ୟାଟେରି ସ୍ୱାପ୍ ସେବା ଆରମ୍ଭ କରାଯାଇଥିଲା । ୨୦୨୨ ଫେବ୍ରୁଆରିରେ ଏଚ୍‌ଇଆଇଡି ଓ ଏଚ୍‌ପିସିଏଲ୍ ପକ୍ଷରୁ ଇ-ଗମନାଗମନ
କ୍ଷେତ୍ର ପାଇଁ ବୁଝାମଣାପତ୍ର ଓ ବାଣିଜ୍ୟ ସହଯୋଗିତା ଘୋଷଣା କରାଯାଇଥିଲା । ଏଚ୍‌ଇଆଇଡି ପକ୍ଷରୁ ବେଙ୍ଗାଲୁରୁରେ ଥିବା
ଏଚ୍‌ପିସିଏଲ୍‌ର ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲ୍ ପମ୍ପ୍‌ରେ ବ୍ୟାଟେରି ବଦଳାଇବା ବ୍ୟବସ୍ଥା ଲାଗୁ କରାଯାଇଥିଲା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ
ତାହାକୁ ଇଲେକ୍ଟ୍ରିକ୍ ଅଟୋ ରିକ୍ସା ପାଇଁ ଲାଗୁ କରାଯାଇଥିଲା ଯେଉଁଥିରେ ହୋଣ୍ଡା ମୋବାଇଲ୍ ପାୱାର ପ୍ୟାକ୍ ବ୍ୟବହାର କରାଯାଇଛି । ଆସନ୍ତା ୧୨ ମାସରେ ଏଚ୍‌ଇଆଇଡି ପକ୍ଷରୁ ବେଙ୍ଗାଲୁରୁର ୭୦ ପେଟ୍ରୋଲ୍‌ ପମ୍ପ୍‌ରେ ବ୍ୟାଟେରି ସ୍ୱାପିଂ ନେଟ୍‌ୱର୍କ ସ୍ଥାପନ କରାଯିବ । ବେଙ୍ଗାଲୁରୁରେ ତାହା ସଫଳ ହେଲେ ପର୍ଯ୍ୟାୟକ୍ରମେ ଅନ୍ୟ ପ୍ରମୁଖ ସହରକୁ ତାହାର ସମ୍ପ୍ରସାରଣ କରାଯିବ । ୨୦୨୨ ଅଗଷ୍ଟ ୬ରେ ଏହି ସେବାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ହୋଣ୍ଡା ମୋଟର କଂପାନିର ଅପରେସନ୍ ଏକ୍‌ଜିକ୍ୟୁଟିଭ୍‌, ବିଜନେସ୍ ଡେଭେଲପ୍‌ମେଂଟ୍ ସୁପରଭାଇଜରି ୟୁନିଟ୍ ମୁଖ୍ୟ ଆରାଟା ଇଚିନୋଜ୍ ଏଚ୍‌ପିସିଏଲ୍ ପ୍ରଦାନ କରିଥିବା ସହଯୋଗକୁ ପ୍ରଶଂସା କରିଛନ୍ତି ଓ ସବୁ ସହଯୋଗୀଙ୍କ ସହ ସମ୍ପର୍କର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି । ବେଙ୍ଗାଲୁରୁରୁ ଆରମ୍ଭ କରି ବ୍ୟାଟେରି ସ୍ୱାପିଂ ସେବାର ସମ୍ପ୍ରସାରଣ ସହ ଗ୍ରାହକମାନଙ୍କ ଜୀବନରେ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଆଣିବା ହେଉଛି ହୋଣ୍ଡାର ଲକ୍ଷ୍ୟ ବୋଲି ସେ କହିଛନ୍ତି । ହୋଣ୍ଡା ପାୱାର ପ୍ୟାକ୍ ଏନର୍ଜି ଇଣ୍ଡିଆର ସଭାପତି ଓ ସିଏମ୍‌ଡି ଶ୍ରୀ କିୟୋଶି ଇଟୋ କହିଛନ୍ତି ଯେ, “କଂପାନି ତିନିଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବ ଯାହା ଏହାର ବ୍ୟାଟେରି ସ୍ୱାପ୍ ନେଟ୍‌ୱର୍କକୁ ବେଙ୍ଗାଲୁରୁରେ ବଢ଼ାଇବ, ପ୍ରତି ସ୍ୱତନ୍ତ୍ର ବ୍ୟାଟେରି ଓ ଏକ୍ସଚେଂଜର୍‌ରେ ଏକ ଉଚ୍ଚ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥା ଜରିଆରେ ଭରସାଯୋଗ୍ୟ ସେବାକୁ ନିଶ୍ଚିତ
କରିବ ଓ ହୋଣ୍ଡା ମୋବାଇଲ୍ ପାୱାର ପ୍ୟାକ୍‌କୁ ବ୍ୟବହାର କରି ଇଭି ବିକାଶ କରୁଥିବା ନିର୍ମାତାମାନଙ୍କୁ ସହଯୋଗ ପ୍ରଦାନ କରିବ ।’’ ଏଚ୍‌ପିସିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ-ରିଟେଲ୍ ଶ୍ରୀ ସନ୍ଦୀପ ମାହେଶ୍ୱରୀ କହିଛନ୍ତି ଯେ, “ଭାରତର ସବୁଜ ଶକ୍ତି ଆଡ଼କୁ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଲାଗି ଏଚ୍‌ପିସିଏଲ୍ ପ୍ରତିବଦ୍ଧ । ସାରା ଦେଶରେ ଆମର ଥିବା ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକରେ ୧,୦୫୮ ଇଭି ଚାର୍ଜିଂ ଷ୍ଟେସନ୍ ସହିତ ଆମେ ହେଉଛୁ ଅନ୍ୟତମ ବୃହତ ଚାର୍ଜ ପଏଂଟ୍ ଅପରେଟର୍ । ଆଜି ଏଚ୍‌ଇଆଇଡି ସହଯୋଗରେ ଆମେ ଆଉ ଏକ ପରିବର୍ତନକାରୀ ଅଭିଯାନ ଆରମ୍ଭ କରିଛୁ । ଏଚ୍‌ପିସିଏଲ୍ ଓ ଏଚ୍‌ଇଆଇଡିର ଇ-ସ୍ୱାପ୍‌ ଷ୍ଟେସନ୍ ବେଙ୍ଗାଲୁରୁରେ ବ୍ୟାଟେରି ସ୍ୱାପିଂକୁ ସହଜ କରିବ । ସ୍ୱାପ୍‌ ହୋଇପାରୁଥିବା ବ୍ୟାଟେରି ଦେଶରେ ଇଭି ଗ୍ରହଣୀୟତାକୁ ନେଇ ରହିଥିବା
ସମସ୍ୟାକୁ ସମାଧାନ କରିବ । ଦେଶରେ ବିକ୍ରି ହେଉଥିବା ୯୦%ରୁ ଅଧିକ ଯାନ ହେଉଛି ଦୁଇ ଚକିଆ ଓ ତିନି ଚକିଆ । ସହଜ ଗାଡ଼ି ଡିଜାଇନ୍ ଓ ଛୋଟ ବ୍ୟାଟେରି, ଦେଶରେ ଏହି ଗାଡ଼ିଗୁଡ଼ିକର ସ୍ୱାପିଂକୁ ସହଜ କରିବ । ସାରା ଦେଶରେ ଏଚପିସିଏଲ୍‌ର ଥିବା ୨୦,୦୦୦ରୁ ଅଧିକ ପେଟ୍ରୋଲ୍‌ ପମ୍ପ୍ ପାଇଁ ହୋଣ୍ଡା ଶ୍ରେଷ୍ଠ ମାନର ସ୍ୱାପ୍ ପ୍ରଯୁକ୍ତି ଆଣିଛି ଏବଂ ପରିଚାଳନାକୁ ଏହା ବଢ଼ାଇବ ।’’
ଏଚ୍‌ପିସିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ-କର୍ପୋରେଟ୍ ଷ୍ଟ୍ରାଟେଜି, ପ୍ଲାନିଂ ଆଣ୍ଡ୍ ବିଜନେସ୍ ଡେଭେଲପ୍‌ମେଂଟ୍ ଶ୍ରୀ ଧର୍ମେନ୍ଦ୍ର କୁମାର ଶର୍ମା କହିଛନ୍ତି ଯେ ଆଗାମୀ ଦିନରେ ଭାରତରେ ଇ-ଯାନ କ୍ଷେତ୍ରରେ ଘଟିବାକୁ ଥିବା ବିପ୍ଳବ ଆଡ଼କୁ ଏହା ହେଉଛି ଏକ ବଡ଼ ଲମ୍ଫ ସଦୃଶ । ହୋଣ୍ଡାକୁଶୁଭକାମନା ପ୍ରଦାନ କରି ସେ କହିଛନ୍ତି ଯେ ଗତ ଦୁଇ ବର୍ଷରେ ଭାରତୀୟ ବଜାରରେ ଏଚ୍‌ପିସିଏଲ୍ସ ହଯୋଗରେ ହୋଣ୍ଡା ତରଫରୁ ଯେଉଁଭଳି ଯୋଜନା ଓ ବଜାର ଗବେଷଣା କରାଯାଇଛି ତାହା ଆଗାମୀ ବର୍ଷଗୁଡ଼ିକରେ ଦୁଇ ଚକିଆ ଓ ତିନି ଚକିଆ ଇ-ଯାନ ରୂପାନ୍ତରଣରେ ସହାୟକ ହେବ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *