ଆନ୍ତର୍ଜାତିକ ସାକ୍ଷରତା ଦିବସ: ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ଗୋଷ୍ଠୀକୁ ସଶକ୍ତ କରୁଛି

ଆନ୍ତର୍ଜାତିକ ସାକ୍ଷରତା ଦିବସ: ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ଗୋଷ୍ଠୀକୁ ସଶକ୍ତ କରୁଛି

ଝାରସୁଗୁଡ଼ା, ୯ ସେପ୍ଟେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦ ନିର୍ମାତା ସ୍ଥାନୀୟ ଗୋଷ୍ଠୀଙ୍କୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସଶକ୍ତ କରିବା ପାଇଁ ସାକ୍ଷରତା ପ୍ରୟାସ ଜାରୀ ରଖିଛି । ଏହି ଉଦ୍ଦେଶ୍ୟରେ କଂପାନି ଗତ ଦୁଇବର୍ଷ ମଧ୍ୟରେ କୋଭିଡ ମହାମାରୀ ହେତୁ ଶିକ୍ଷଣ ବ୍ୟବଧାନକୁ ଦୂର କରିବା ପାଇଁ ପ୍ରାକ ବିଦ୍ୟାଳୟ ଶିକ୍ଷା ଠାରୁ ଆରମ୍ଭ କରି ଇ- ଲାର୍ଣ୍ଣିଂ
କାର୍ଯ୍ୟକ୍ରମ ପରି ଗୁଣମାନର ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରୁଛି । ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାରେ ହାରାହାରି ସାକ୍ଷରତା ସ୍ତରକୁ ୭୦.୫୫% (୨୦୦୧) ଠାରୁ ୭୮.୮୬% (୨୦୧୧)କୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯଦ୍ୱାରା ପ୍ରାୟ ୬୪୦୦ ପିଲା ଉପକୃତ ହୋଇଛନ୍ତି । ଶିକ୍ଷାଦାନର ଏହି ମହାନ ପନ୍ଥାକୁ ଆପଣାଇ ବେଦାନ୍ତ ଆଲୁମିନିୟମ
ଝାରସୁଗୁଡ଼ାରେ ସରକାରୀ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଏହି ଅଂଚଳରେ ସାକ୍ଷରତା ତଥା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପୁଷ୍ପା ମିଂଜ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ପଦୀପ୍ତ ସା ବେଦାନ୍ତକୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି । ବର୍ତମାନ ବେଦାନ୍ତ ଦ୍ୱାରା ପରିଚାଳିତ କେତେକ ଶିକ୍ଷା ପଦକ୍ଷେପ ଗୁଡ଼ିକ ନିମ୍ନ
ପ୍ରକାର:
 ଅଙ୍ଗନବାଡ଼ି ମାଧ୍ୟମରେ ୫୦୦୦ରୁ ଅଧିକ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷାଦାନ

 ଓଡ଼ିଶା ସରକାରଙ୍କ ଦ୍ୱାରା ମୋ ସ୍କୁଲ ଅଭିଯାନ ଅଧିନରେ ୧୦୦୦ରୁ ଅଧିକ
ଛାତ୍ରଛାତ୍ରୀ ଉପକୃତ ।
 ବିଦ୍ୟାଗ୍ରହ ଏକ ଇ- ଲର୍ଣ୍ଣିଂ କାର୍ଯ୍ୟକ୍ରମରେ ଅଷ୍ଟମ-ଦଶମ ଶ୍ରେଣୀର
ପିଲାମାନଙ୍କୁ ଅନଲାଇନ ଶିକ୍ଷାଦାନ ସହ ଅଷ୍ଟମ ରୁ ଦଶମ ଶ୍ରେଣି ଶିକ୍ଷ୍ୟର୍ଥ ମାନଙ୍କର
କ୍ୟାରିୟର ସଂପର୍କରେ ଉପଯୁକ୍ତ ପରାମର୍ଶ ।
 ବେଦାନ୍ତ ମିନି ସାଇନ୍ସ ସେଂଟରରେ ୧୨୦୦ରୁ ୃଧିକ ଛାତ୍ର ଛାତ୍ରୀଙ୍କୁ
ଅଭିନବ ମଡେଲ, ପରୀକ୍ଷଣ ଓ ଉପକରଣ ଯୋଗାଯାଇ ବିଜ୍ଞାନ ଓ ଗଣିତକୁ
ପ୍ରଭାବଶାଳୀ ଓ ଆକର୍ଷଣୀୟ ଉପାୟରେ ଶିକ୍ଷାଦାନ ।
 ବେଦାନ୍ତ କଂପ୍ୟୁଟର ସାକ୍ଷରତା କାର୍ଯ୍ୟକ୍ରମ ଜରିଆରେ କଂପ୍ୟୁଟର ସାକ୍ଷରତା ଓ
ତାଲିମ ପ୍ରଦାନ ।
 ବେଦାନ୍ତ-ଡିଏଭି ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଦ୍ୱାରା ଝାରସୁଗୁଡ଼ାରେ
ପବ୍ଲିକ ସ୍କୁଲ ପ୍ରତିଷ୍ଠା କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ
ଶିକ୍ଷା ପ୍ରଦାନ ।

 କୃତ୍ରିମ ଇଂଟେଲିଜେନ୍ସ (ଏଆଇ) ଶିକ୍ଷା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ଏଆଇ ଆଧାରିତ ଜ୍ଞାନ ପ୍ରଦାନ କରିବା ସହିତ ବାସ୍ତବ ଦୁନିଆର ସମସ୍ୟା ପାଇଁ ଏଆଇ- ଆଧାରିତ ସମାଧାନ ଗଠନ କରିବା । କୋରାପୁଟ ଜିଲ୍ଲାରେ ବେଦାନ୍ତ ଆଲୁମିନିୟମ ମାଇନିଂ ଟିମ ଦ୍ୱାରା ୫୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଂଟନ । ବେଦାନ୍ତର କର୍ମଚାରୀମାନେ ଏହି ଅଂଚଳରେ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ । ଏହି ଅଂଚଳରେ ସାକ୍ଷରତା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କଂପାନିର
ପ୍ରୟାସ ସଂପର୍କରେ ସୂଚନା ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଇଓ, ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତିଯେ ଌକ୍ତଙ୍କକ୍ଟଗ୍ଧ; ଆମେ ଗୁଣାତ୍ମକ ଶିକ୍ଷା ଉଦ୍ଦେଶ୍ୟକୁ ନେଇ ୟୁଏନ ସଷ୍ଟାନେବୁଲ ଗୋଲ ପାଇଁ ପ୍ରତିବଦ୍ଧ, କାରଣ ଆମେ ବିଶ୍ୱାସ କରୁଯେ ଆମ ସ୍ଥାନୀୟ ଗୋଷ୍ଠୀର ଏହା ହେଉଛି ମୌଳିକ ଅଧିକାର ଓ ବିକାଶର ପ୍ରାଥମିକତା । ଝାରସୁଗୁଡ଼ା ଅଂଚଳରେ ଶିକ୍ଷାର ପ୍ରସାର ଘଟିଛି ଯାହା ଏଥର ମାଟ୍ରିକ ପାଶ ହାରରୁ ପ୍ରତିଫଳିତ । ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ ଖଣି ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତିଯେ ଆମର ବିକାଶ ମୂଳକ ପଦକ୍ଷେପ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇଛି । ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ସାକ୍ଷରତା
ବିଭାଜନକୁ ଦୂର କରିବା ଓ ଗୁଣାତ୍ମକ ଶିକ୍ଷା ପାଇଁ ଆମର ସ୍ଥାନୀୟ ଗୋଷ୍ଠୀର ଉନ୍ନତି ପାଇଁ ଆମେ ସୁପାରିଶ କରୁଛୁ ।
କଂପାନିର ଶିକ୍ଷା ପଦକ୍ଷେପ ସଂପର୍କରେ ପୁଷ୍ପା ମିଂଜ, ଜିଲ୍ଲା ଶିକ୍ଷା ଅଧିକାରୀ, ଝାରସୁଗୁଡ଼ା କହିଛନ୍ତିଯେ- ଏହି ଅଂଚଳର ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ବେଦାନ୍ତ ଲିମିଟେଡର ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । ଝାରସୁଗୁଡ଼ା ଅଂଚଳରେ ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ବେଦାନ୍ତର କାର୍ଯ୍ୟକ୍ରମ ଗୁଣାତ୍ମକ ଶିକ୍ଷା ପାଇଁ ମାର୍ଗଦର୍ଶନ କରିବ । ବେଦାନ୍ତର ସାମଜିକ ପଦକ୍ଷେପ ଗୁଡ଼ିକ ମଧ୍ୟରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ମହିଳା ସଶକ୍ତି କରଣ, ଜଳ ଓ ପରିମଳ ଓ ଗୋଷ୍ଠୀର ଉନ୍ନତି ପାଇଁ କଂପାନି ୭୯ରୁ ଅଧିକ ଗ୍ରାମରେ ଏକ ବର୍ଷରେ ପ୍ରାୟ ୧.୭ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦେଇଛି । ୩୩୯ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବନର ମାର୍ଗ ଦେଖାଇଛି । ବର୍ଷକୁ ପ୍ରାୟ ୩୨୦୦୦ ଲୋକଙ୍କ ପାଖରେ ପହଂଚି ସ୍ୱାସ୍ଥ୍ୟ ସେବା ଓ ୬୪୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦେଇଛି । କଂପାନି ପକ୍ଷରୁ ୧.୪୮ ଲକ୍ଷ ବୃକ୍ଷ ରୋପଣ କରାଯାଇଥିବା ଜଣାଯାଏ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *