ଆଦିତ୍ୟ ମେମୋରିୟାଲ କ୍ବିଜ ପ୍ରତିଯୋଗିତା ଅନୁଷ୍ଠିତ ।

ଆଦିତ୍ୟ ମେମୋରିୟାଲ କ୍ବିଜ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ୱର,୧୩/୮:BREAKING NEWS ODIA (Report by  Bijay kumar panda) ସ୍ଥାନୀୟ ଲୟୋଲା ସ୍କୁଲ ଏବଂ ଆଦିତ୍ୟ ମେମୋରିୟାଲ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତ୍ରୟୋଦଶ ଆଦିତ୍ୟ ମେମୋରିୟାଲ କ୍ବିଜ ପ୍ରତିଯୋଗିତା ଗତ ଶନିବାର ଦିନ ପୁରାତନ ଛାତ୍ର ସ୍ବର୍ଗତ ଆଦିତ୍ୟଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଯାଇଛି। ଜୀବନ ଏକ ସଂଘର୍ଷ, ଏହି ପଥରେ ଆସୁଥିବା ସମସ୍ତ ଘାତ, ପ୍ରତିଘାତକୁ ସାହାସର ସହିତ ସାମନା କରି ଜୀବନକୁ ପ୍ରକୃତ ମୂଲ୍ୟବୋଧ ଦେବା ଉଚିତ ବୋଲି ପ୍ରମାଣିତ କରିଥିଲେ ଲୟୋଲା ସ୍କୁଲର ପୂର୍ବତନ ଛାତ୍ର ସ୍ବର୍ଗତ ଆଦିତ୍ୟ ଏବଂ ତାଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଅଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ତଥା ଅନ୍ୟ ରାଜ୍ୟମାନଙ୍କର ୨୯ଟି ବିଦ୍ୟାଳୟର ୨୦୪ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଭୁବନେଶ୍ୱର ୟୁନିଟ ୮ ସ୍ଥିତ ଡି. ଏ. ଭି. ସ୍କୁଲ ପ୍ରଥମ, ଲୟୋଲା ସ୍କୁଲ ଦ୍ବିତୀୟ ଓ ପୁରୀ ସ୍ଥିତ ଵ୍ଲେସେର୍ଡ ମେକ୍ରେମେଣ୍ଟ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୨ହଜାର ୫୦୦ ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୭ହଜାର ୫୦୦ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏଥି ସହିତ ଅନ୍ତିମ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଦଳକୁ ମଧ୍ୟ ୧ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତା ଅବସରରେ ଲୟୋଲା ବିଦ୍ୟାଳୟର ଉପାଧ୍ୟକ୍ଷା ନନ୍ଦିତା ପଟ୍ଟନାୟକ ସ୍ବାଗତ ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ହାରଜିତର ବିଚାର ନକରି ନିଜ ଜୀବନକୁ ଅର୍ଥପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଅବସରପ୍ରାପ୍ତ ଆଇ. ଏଫ୍. ଏସ୍. ତଥା କିଟ୍ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ ରିଲେସନର ନିର୍ଦ୍ଦେଶକ ଦେବରାଜ ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ନିଜ ଜ୍ଞାନର ପରିସରକୁ ବୃଦ୍ଧି କରିବା ସହ ଏକ ଭଲ ମଣିଷ ହୋଇ ଅନ୍ୟ ପାଇଁ ବଞ୍ଚିବାକୁ ପ୍ରେରଣା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ମେମୋରିୟାଲ ଫାଉଣ୍ଡେସନର ଫାଉଣ୍ଡର ତଥା ତାଙ୍କ ପିତା ମିହିର କୁମାର ସାହୁ, ମାତା ଜୟଶ୍ରୀ ସାହୁ, ଇନଷ୍ଟିଚ୍ୟୁଟ ଏବଂ ଫିଜିକ୍ସର ନିର୍ଦ୍ଦେଶକ ଅଜିତ ଶ୍ରୀବାସ୍ତବ, ଲୟୋଲା ବିଦ୍ୟାଳୟର ରେକ୍ଟର ଫାଦର ଅଗଷ୍ଟି, ଜୁନିୟର ସ୍କୁଲର ଉପାଧ୍ୟକ୍ଷା ସିଷ୍ଟର ଏସଥର, ଜାଭିୟର ବିଶ୍ୱବିଦ୍ୟାଳୟର ଫାଦର ଆରୋକିୟା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କ୍ବିଜ ମାଷ୍ଟର ଅନିରୁଦ୍ଧ ଚୌଧୁରୀ ଏବଂ ଅନୁରାଗ ସାମନ୍ତରାୟଙ୍କ ପ୍ରଶ୍ନବାଣକୁ ଅତି ବୁଦ୍ଧିମତାର ସହ ସାମ୍ନା କରିଥିଲେ ଛାତ୍ରଛାତ୍ରୀମାନେ। ସେହିପରି ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଅତି ଉତ୍ସାହର ସହ ଉପସ୍ଥିତ ଦର୍ଶକ ମଣ୍ଡଳୀ ଦେଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *