ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଦିଲ ସେ ଓପନ୍‌-ଆପ୍‌କେଲିଏ’ ଅଭିଯାନର ଶୁଭାରମ୍ଭ

 

ଭୁବନେଶ୍ୱର: ନିଜ ଗ୍ରାହକମାନଙ୍କ ପ୍ରତି ମାନବିକ ମୂଲ୍ୟ ଉପସ୍ଥାପନାକୁ
ପ୍ରଦର୍ଶନ କରିବା ଲାଗି ଦେଶର ତୃତୀୟ ବୃହତମ ଘରୋଇ ବ୍ୟାଙ୍କ ଆକ୍ସିସ୍‌
ବ୍ୟାଙ୍କ ପକ୍ଷରୁ ଦିଲ୍ ସେ ଓପୋନ୍‌-ଆପ୍‌କେ ଲିଏ ଅଭିଯାନର ଶୁଭାରମ୍ଭ
କରାଯାଇଛି । ଲୋୟେ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଅଭିଯାନରେ
ପାଂଚଟି ସ୍ୱତନ୍ତ୍ର ଫିଲ୍ମ ପ୍ରଦର୍ଶନ କରାଯିବ ଯାହା ବ୍ୟାଙ୍କର କର୍ମଚାରୀମାନଙ୍କ
ବାସ୍ତବ ଜୀବନରୁ ଅନୁପ୍ରାଣିତ ଯେଉଁମାନେ ନିଜର ଦିଲ୍ ସେ ଓପୋନ୍‌
ପ୍ରତିଶ୍ରୁତିକୁ ବାସ୍ତବରେ ପାଳନ କରିଛନ୍ତି । ସେହି କାହାଣୀଗୁଡ଼ିକ
ଆକ୍ସିସ୍ ବ୍ୟାଙ୍କର କର୍ମଚାରୀମାନଙ୍କ କାର୍ଯ୍ୟ ମୂଲ୍ୟବୋଧର ଅସଲି ମାନ୍ୟତା ।
ବ୍ୟାଙ୍କ ଶିଳ୍ପରେ ଚାଟ-ବଟ୍‌, ରୋବୋଟିକ୍ ଅଟୋମେସନ୍ ପ୍ରକ୍ରିୟା,
ଡିଜିଟାଲ ଆପ୍ଲିକେସନ ଆଦି ବ୍ୟାପକ ଭାବେ ବ୍ୟବହାର ହେଉଛି । ତଥାପି
ମାନବ ସ୍ପର୍ଶ ଓ ଆବେଗିକ ସମ୍ପର୍କ ଶିଳ୍ପ ପାଇଁ ଅସୀମ ସଂପତି ହୋଇ ରହିଛି ।
ଆକ୍ସିସ୍ ବ୍ୟାଙ୍କ ଏହାର କର୍ମଚାରୀରମାନଙ୍କ ଦୃଢ଼ତା ଓ ବିଶ୍ୱାସକୁ
ଉପଭୋଗ କରୁଛି ଯେଉଁମାନେ ସବୁ କିଛି କରିବାକୁ ପ୍ରସ୍ତୁତ ରହିବା ସହ
ଆବେଗଭରା ମଧ୍ୟ ଏବଂ ଗ୍ରାହକମାନଙ୍କ ଲାଗି ନିଜ କର୍ତବ୍ୟଠାରୁ ଆଗକୁ
ବଢ଼ୁଛନ୍ତି । ଏଥିପାଇଁ କର୍ମଚାରୀମାନେ ଗ୍ରାହକଙ୍କ ସହ ନିବିଡ଼ ସମ୍ପର୍କ
ସ୍ଥାପନ କରିପାରିଛନ୍ତି ।
ଏହି ଅଭିଯାନକୁ ଟିଭି, ଡିଜିଟାଲ୍ ଆଦି ବିବିଧ ମାଧ୍ୟମରେ ପ୍ରଚାର
କରାଯିବ । ଏହି ଅଭିଯାନରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ମଧ୍ୟରୁ
ତିନିଟି ଫିଲ୍ମକୁ ଅର୍ଧ ସହରାଂଚଳ ଓ ଗ୍ରାମାଚଂଳ ଗ୍ରାହକମାନଙ୍କୁ ଦୃଷ୍ଟିରେ
ରଖି ପ୍ରସ୍ତୁତ କରାଯାଇଛି । ବ୍ୟାଙ୍କର ସାରା ଦେଶରେ ୪୭୫୦ରୁ ଅଧିକ ଶାଖା ଓ
୧୬,୯୦୦ ଏଟିଏମ୍ କାଉଂଟର ରହିଛି ।
ଆକ୍ସିସ୍ ବ୍ୟାଙ୍କର ଉପ ପରିଚାଳନା ନିର୍ଦେଶକ ରାଜୀବ ଆନନ୍ଦ କହିଛନ୍ତି
ଯେ, “ଆମ ଅର୍ଥନୀତି ହେଉଛି ଗ୍ରାହକଙ୍କ ଦ୍ୱାରା ଆଗକୁ ବଢ଼ୁଥିବା
ଅର୍ଥନୀତି, ବହୁ ଜିନିଷ ପୂର୍ବପେକ୍ଷା ଦ୍ରୁତ ଗତିରେ ଘଟୁଛି । ତେଣୁ, ଏକ
ସଂସ୍ଥା ପାଇଁ ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି
ଗ୍ରାହକମାନଙ୍କୁ ପ୍ରତ୍ୟକ୍ଷ ଭାବେ, ନିରନ୍ତର ଭାବେ ଭଲ ଭାବେ ଶୁଣି ସେମାନଙ୍କ
ଉଦୀୟମାନ ଆଶାକୁ ପୂରଣ କରିବା ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି
ସେମାନଙ୍କୁ ସଶକ୍ତ କରିବା ।
ପ୍ରତିଟି ଆଲୋଚନା ଓ ନିଷ୍ପତିରେ ଗ୍ରାହକଙ୍କୁ କେନ୍ଦ୍ରରେ ରଖି ଆକ୍ସିସ୍‌
ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଅତି ଭଲ ପାଇବା ସଂସ୍କୃତିକୁ ସୃଷ୍ଟି ଓ ବଜାୟ
ରଖିବାରେ ବିଶ୍ୱାସ କରୁଛି । ଆମର ସମସ୍ତ ଗ୍ରାହକ ବାର୍ତାଳାପ, ଉତ୍ପାଦ

ଡିଜାଇନ ଓ ନବସୃଜନ ପ୍ରକ୍ରିୟାର କେନ୍ଦ୍ର ସ୍ଥଳରେ ଏହା ରହିଛି । ପ୍ରତିଟି
ଗ୍ରାହକଙ୍କ ସ୍ୱର ହେଉଛି ମୂଲ୍ୟବାନ ଏବଂ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ଶୁଣିବା
ଲାଗି ସବୁ ମାଧ୍ୟମରେ ଆକ୍ସିସ୍ ବ୍ୟାଙ୍କ ବ୍ୟବସ୍ଥା ସୃଷ୍ଟି କରିଛି ।
ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍‌ର ଚିଫ୍ ମାର୍କେଟିଂ ଅଫିସର ଅନୁପ
ମନୋହର କହିଛନ୍ତି ଯେ, “୨୦୧୮ରେ ଆମେ ଆମର ଗ୍ରାହକ ଓ କର୍ମଚାରୀମାନଙ୍କ
ସହ କଥା ହେବା ବେଳେ ଆବିସ୍କାର କରିଥିଲୁ ଯେ ଯାହା ଆକ୍ସିସ ବ୍ୟାଙ୍କକୁ
ପ୍ରକୃତରେ ଭିନ୍ନ କରିପାରିଛି ତାହା ହେଉଛି ଗ୍ରାହକ କୈନ୍ଦ୍ରୀକତା ।
ସେଥିରୁ ଅନୁପ୍ରାଣିତ ହୋଇ ୨୦୨୦ରେ ଆମର ଜାତୀୟ ଅଭିଯାନ ଦିଲ୍ ସେ
ଓପନ ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ଅଭିଯାନ ପରେ ଆମେ ସତେଜ
ଚିନ୍ତାଧାରା ନେଇ ଆସିଥିଲୁ ଯେଉଁଠାରେ ଆମେ ସେହି ପ୍ରଶ୍ନର ଉତର
ଦେଇଥିଲୁ ଆପଣମାନଙ୍କ (ଗ୍ରାହକ) ପାଇଁ ଦିଲ ସେ ଓପୋନର ମୂଲ୍ୟ କଣ? ଏହି
ଅଭିଯାନ ହେଉଛି ଏକ ବିନମ୍ର ଯାତ୍ରାର ଅଂଶ ଯେଉଁଠାରେ ଆମେ
ଗ୍ରାହକମାନଙ୍କ ସହିତ ଆବେଗ ସ୍ତରରେ ଆମର ସମ୍ପର୍କକୁ ଦୃଢ଼ କରିବା ଏବଂ
ଏକ ଭିନ୍ନ ଢଙ୍ଗରେ ଆକ୍ସିସ୍ ବ୍ୟାଙ୍କ ଉପଭୋଗ କରୁଥିବା ବିଶ୍ୱାସ ଗଠନ
କରିବାର ଅଭିଳାଷ ରଖିଛୁ ।’’
ଲୋୟେ ଲିଂଟାସର ଚିଫ୍ କ୍ରିଏଟିଭ୍ ଅଫିସର ପ୍ରତୀକ ଭରଦ୍ୱାଜ
କହିଛନ୍ତି ଯେ, “ଗତ ଦୁଇ ବର୍ଷରେ ଆମେ ଦେଖିଛୁ ଯେ ଦିଲ ସେ ଓପୋନ
ଅଭିଯାନ ସମ୍ପୂର୍ଣ୍ଣ ରୂପେ ଆକ୍ସିସ ବ୍ୟାଙ୍କ କର୍ମଚାରୀଙ୍କର ହୋଇରହିଛି ।
ଆମର ଶେଷ ଅଭିଯାନ ଅନୁସାରେ ଆମେ ବହୁ କର୍ମଚାରୀଙ୍କ କାହାଣୀ
ଶୁଣିଥିଲୁ ଯାହା ଆମକୁ ଚଳିତ ବର୍ଷର ଅଭିଯାନ ପାଇଁ ପ୍ରେରଣାଦାୟୀ
କାହାଣୀ ପ୍ରଦାନ କରିଛି ଓ ଏହି ଧାରା ବଜାୟ ରହିପାରିଛି ।’’
ଲୋୟେ ଲିଂଟାସ୍‌ର ଆଂଚଳିକ କ୍ରିଏଟିଭ୍ ଅଫିସର ଅମର ସିଂହ
କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କ ପ୍ରସାର କରୁଥିବା ଦିଲ ସେ ଓପନ ସର୍ବଦା ଏକ
ଦର୍ଶନଠାରୁ ବହୁତ କିଛି ଅଧିକ ହୋଇରହିଛି । କର୍ମଚାରୀମାନେ ନିଜକୁ
ଯେଭଳି ପରିଚାଳନା କରୁଛନ୍ତି ସେଥିରୁ ଏଥିପାଇଁ ପ୍ରେରଣା ମିଳୁଛି ।
ନିଜର ସୂକ୍ଷ୍ମ ଆବଶ୍ୟକତାକୁ ଦେଖିବାଠାରୁ ଆରମ୍ଭ କରି ଆପଣମାନଙ୍କୁ
ସାହାଯ୍ୟ କରି ଲାଗି ନିଜ ମନ ଲଗାଇବ କାମ କରିବା କରିବା ସବୁ କିଛି
ବେଶ ଚମତ୍କାର । ସେମାନଙ୍କର ସେହି କାମ କରିବାର ଶୈଳୀ ଆପଣଙ୍କୁ ସେହି
ଅନୁଭବ ଦେଉଛି ଯେ ସେ ଆପଣଙ୍କ ପାଶ୍ୱର୍ରେ ଅଛନ୍ତି, ଆପଣଙ୍କ ଟିମ୍‌ର
ଜଣେ ଏବଂ ଆପଣଙ୍କ ପରିବାରର ଜଣେ ସଦସ୍ୟ । ସେମାନେ ଆପଣଙ୍କ କାମକୁ
ନିଜ କାମ ଭଳି କରୁଛନ୍ତି, ସେହିଠାରୁ ଏହି ଅଭିଯାନ ପାଇଁ ପ୍ରେରଣା
ମିଳିଛି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *