ଅପିଜେ ଏଜୁକେଶନ ଓ ଏଡବ୍ଲ୍ୟୁଏସ୍ ପକ୍ଷରୁ ନୂଆ ଆକ୍‌ସିଲରେଟର୍ ପ୍ରୋଗ୍ରାମର ଘୋଷଣା

 

ଭୁବନେଶ୍ୱର,15th May,(Bnews): ୫୦ ବର୍ଷରୁ ଅଧିକ ସମୟ ହେବ ପ୍ରତିଷ୍ଠିତ ଭାରତର ଏକ ଶିକ୍ଷା ଅନୁଷ୍ଠାନ ଅପିଜେ ଏଜୁକେଶନ ଏବଂ ଏକ ଆମାଜନ୍ ଡଟ୍ କମ୍ କମ୍ପାନୀ ଆମାଜନ୍ ୱେବ୍‌ ସର୍ଭିସେସ୍ (ଏଡବ୍ଲ୍ୟୁଏସ୍‌) ପକ୍ଷରୁ ନ୍ୟାଶନାଲ ଏଜୁକେଶନ ପଲିସି ଆକ୍‌ସିଲରେଟର୍‌ ପ୍ରୋଗ୍ରାମ (ଏନ୍‌ଇପିଏପି)ର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହାକୁ ସରକାରଙ୍କ ଜାତୀୟ ଶିକ୍ଷା ନୀତି ୨୦୨୦ (ଏନ୍‌ଇପି ୨୦୨୦)ରେ ଉଲ୍ଲେଖ ହୋଇଥିବା ଟେକ୍ନୋଲୋଜି ଆବଶ୍ୟକତାଗୁଡିକ ସହ ଜଡିତ ହେବା ପାଇଁ ଭାରତର ଶିକ୍ଷାନୁଷ୍ଠାନଗୁଡିକୁ ସକ୍ଷମ କରିବା ଲାଗି ଏକ ପଦକ୍ଷେପ ଭାବେ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏନ୍‌ଇପି ୨୦୨୦ ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡିକର ଟେକ୍ନୋଲୋଜି ରୂପାନ୍ତରଣକୁ ସମର୍ଥନ କରିବା ପାଇଁ ଭାରତରେ ପ୍ରଥମ ପ୍ରୋଗ୍ରାମ । ଏହି ଆକ୍‌ସିଲରେଟର ପ୍ରୋଗ୍ରାମ ଏନ୍‌ଇପି ୨୦୨୦ର ଦୁଇଟି ପ୍ରମୁଖ ଅଂଶକୁ ସମ୍ବୋଧିତ କରିବ- ଶିକ୍ଷା, ଶିକ୍ଷାଦାନ, ଶିକ୍ଷା ଯୋଜନା ଓ ପରିଚାଳନା କ୍ଷେତ୍ରରେ ଏବଂ ଏକାଧିକ ପ୍ଲାଟ୍‌ଫର୍ମ ଓ ପଏଂଟ୍ ସଲ୍ୟୁଶନଗୁଡିକୁ ସମର୍ଥନ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଉନ୍ମୁକ୍ତ, ପାରସ୍ପରିକ କାର୍ଯ୍ୟକ୍ଷମ, ବିକାଶଶୀଳ, ସାର୍ବଜନିନ ଡିଜିଟାଲ ଭିତିଭୂମିର ନିର୍ମାଣ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର । ଏହି ଆକ୍‌ସିଲରେଟର୍ ପ୍ରୋଗ୍ରାମ ଶିକ୍ଷାନୁଷ୍ଠାନଗୁଡିକୁ ଏନ୍‌ଇପି ୨୦୨୦ର ଏକାଧିକ ଦିଗ ଉପରେ ମାର୍ଗଦର୍ଶନ ପ୍ରଦାନ କରିବ । ଏହା ଶିକ୍ଷାନୁଷ୍ଠାନଗୁଡିକର ସ୍ୱତନ୍ତ୍ର ଆହ୍ୱାନଗୁଡିକର ଚିହ୍ନଟ କରିବା ଓ ତାହାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେବା ଲାଗି ଡିଜିଟାଲ ଉଦ୍ଭାବନ କର୍ମଶାଳା ପରିଚାଳନା କରି ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଓ ମେଶିନ୍ ଲର୍ଣ୍ଣିଂ (ଏମ୍‌ଏଲ୍‌) ଭଳି ଟେକ୍ନୋଲୋଜିଗୁଡିକର ବ୍ୟବହାର କରି ସଲ୍ୟୁଶନ କିମ୍ବା ପ୍ରୁଫ୍‌-ଅଫ୍‌-କନ୍‌ସେପ୍ଟ (ପିଓସି)ଗୁଡିକର ସହ ନିର୍ମାଣ କରି ଶିକ୍ଷା
ଅନୁଷ୍ଠାନଗୁଡିକୁ ସହଯୋଗ କରିବ । ଏସମ୍ପର୍କରେ ଅପିଜେ ଏଜୁକେଶନର କୋ-ପ୍ରମୋଟର ଆଦିତ୍ୟ ବେର୍‌ଲିଆ କହିଛନ୍ତି, “
ଭାରତରେ ଶିକ୍ଷାନୁଷ୍ଠାନଗୁଡିକ ଏନ୍‌ଇପି ୨୦୨୦ ଦ୍ୱାରା ପରାମର୍ଶ ଦିଆଯାଇଥିବା ଡିଜିଟାଲ ପରିପକ୍ୱତାରେ ପହଂଚିବା , ନିଜର ସିଷ୍ଟମଗୁଡିକୁ ଆଧୁନିକ କରିବା ପାଇଁ ନୂତନ ଟେକ୍ନୋଲୋଜିଗୁଡିକର ଲାଭ ଉଠାଇବା, ଛାତ୍ରଛାତ୍ରୀଙ୍କ ବିକଶିତ ଆକାଂକ୍ଷା ଓ ଚାହିଦାଗୁଡିକୁ ପୂରଣ କରିବା ଏବଂ ପରିଚାଳନା ଖର୍ଚ୍ଚ ସଂଚୟ ହାସଲ କରିବା ଆବଶ୍ୟକ କରୁଛନ୍ତି । ଅନୁଷ୍ଠାନଗୁଡିକୁ ସମସ୍ୟାଗୁଡିକୁ ଚିହ୍ନଟ ଓ ବ୍ୟାଖ୍ୟା କରିବା, ଡିଜିଟାଲ ସମାଧାନ ବିକଶିତ କରିବା, ବିଫଳ-ନିରାପଦ ପରିବେଶରେ ନିଜର ଦକ୍ଷତାଗୁଡିକୁ ପରୀକ୍ଷା କରିବା ଏବଂ ଶିକ୍ଷା କ୍ଷେତ୍ରର ଲାଭ ପାଇଁ ସଲ୍ୟୁଶନଗୁଡିକୁ ବିସ୍ତାର କରିବାରେ ସାହାଯ୍ୟ କରିବା ଲାଗି ଆଜି ଏକ ସ୍ପଷ୍ଟ ଆବଶ୍ୟକତା ରହିଛି ।” ଏଡବ୍ଲ୍ୟୁଏସ୍ ଇଣ୍ଡିଆ ଓ ସାଉଥ୍ ଏସିଆ, ଏଆଇଏସ୍‌ପିଏଲ୍‌ର ଏଜୁକେଶନ, ସ୍ପେଶ୍ ଓ ନନ୍‌ପ୍ରଫିଟ୍ ବିଭାଗ ମୁଖ୍ୟ ସୁନିଲ ପିପି କହିଛନ୍ତି, ଭାରତରେ ଶିକ୍ଷାନୁଷ୍ଠାନଗୁଡିକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଓ ନିଜର ସବୁଠାରୁ ରଣନୈତିକ ଆନୁଷ୍ଠାନିକ
ପ୍ରାଥମିକତାଗୁଡିକୁ ବିତରଣ କରିବା ନେଇ ସେମାନଙ୍କର ମୂଳ ଲକ୍ଷ୍ୟକୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦେବାରେ ସାହାଯ୍ୟ କରିବା ପାଇଁ ଏଡବ୍ଲ୍ୟୁଏସ୍‌, ଅପିଜେ ଏଜୁକେଶନ ସହ ସହଭାଗିତା କରି ଖୁସି ଅନୁଭବ କରୁଛି । ଶିକ୍ଷା ଅନୁଷ୍ଠାନ ଓ ଭାରତୀୟ
ଏଡ୍‌ଟେକ୍‌ଗୁଡିକୁ ଏକାଠି କରି ଏହି ଆକ୍‌ସିଲରେଟର୍ ପ୍ରୋଗ୍ରାମ ଭାରତର ଶିକ୍ଷା କ୍ଷେତ୍ର ପାଇଁ ନିର୍ମିତ କ୍ଲାଉଡ୍ ଆଧାରିତ ସମାଧାନଗୁଡିକର ପରୀକ୍ଷଣ ଓ ବିକାଶରେ ସାହାଯ୍ୟ କରିବ ଏବଂ ଏନ୍‌ଇପି ୨୦୨୦ ଲକ୍ଷ୍ୟ ସହ ଜଡିତ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *