ଅଗଷ୍ଟ ୧୨ରେ ତ୍ରୟୋଦଶ ଆଦିତ୍ୟ ମେମୋରିୟାଲ କ୍ବିଜ ପ୍ରତିଯୋଗିତା।

ଅଗଷ୍ଟ ୧୨ରେ ତ୍ରୟୋଦଶ ଆଦିତ୍ୟ ମେମୋରିୟାଲ କ୍ବିଜ ପ୍ରତିଯୋଗିତା।
ଭୁବନେଶ୍ଵ :11.08.23 BREAKING NEWS ODIA (Report by Bijay kumar panda) ତ୍ରୟୋଦଶ ଆଦିତ୍ୟ ମେମୋରିୟାଲ କ୍ବିଜ ପ୍ରତିଯୋଗିତା ଚଳିତ ଅଗଷ୍ଟ ୧୨ ତାରିଖ ଶନିବାର ଦିନ ଭୁବନେଶ୍ଵର ସ୍ଥିତ ଲୟୋଲା ସ୍କୁଲ ଏବଂ ଆଦିତ୍ୟ ମେମୋରିୟାଲ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରକାଶ ଥାଉକି ଗତ ୨୦୧୦ ଏପ୍ରିଲ ୧୮ ତାରିଖରେ ମୃତ୍ୟୁ ବରଣ କରିଥିବା ଲୟୋଲା ସ୍କୁଲର ପୂର୍ବତନ ଛାତ୍ର ଆଦିତ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଆଦିତ୍ୟ ପରି ଛାତ୍ର ମାନଙ୍କର ବିଦବତ୍ତା ଏବଂ ବୁଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଆଦିତ୍ୟ ମେମୋରିୟାଲ ଫାଉଣ୍ଡେସନର ଫାଉଣ୍ଡର ତଥା ତାଙ୍କ ପିତା ମିହିର କୁମାର ସାହୁ, ମାତା ଜୟଶ୍ରୀ ସାହୁ, ଇନଷ୍ଟିଚ୍ୟୁଟ ଏବଂ ଫିଜିକ୍ସର ନିର୍ଦ୍ଦେଶକ ଅଜିତ ଶ୍ରୀବାସ୍ତବଙ୍କ ମିଳିତ ଉଦ୍ୟମରେ ୨୦୧୧ ମସିହା ଠାରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ତଥା ଛତିଶଗଡ଼ ଏବଂ ଝାରଖଣ୍ଡର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିବର୍ଷ ଏହି ପ୍ରତିଯୋଗିତାରେ ଭାଗ ନେଇ ଆସୁଛନ୍ତି। ସ୍ବର୍ଗତ ଆଦିତ୍ୟଙ୍କ ଅକାଳ ମୃତ୍ୟୁରେ ତା’ର ପ୍ରତିଭା ହଜିଯାଇଥିଲେ ମଧ୍ୟ ଏହି ପ୍ରତିଯୋଗିତା ମାଧ୍ୟମରେ ତା’ର ଆତ୍ମା ଜୀବିତ ଥିବା ଅନୁଭବ କରୁଛୁ ବୋଲି ଆୟୋଜକ ମାନେ ଭାବ ବିହ୍ୱଳ ହୋଇ ପ୍ରକାଶ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *