ଜାଗଲ୍ ପ୍ରିପେଡ୍ ଓସନ୍ ସର୍ଭିସେସ୍ ଲିମିଟେଡ୍‌ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଜାଗଲ୍ ପ୍ରିପେଡ୍ ଓସନ୍ ସର୍ଭିସେସ୍ ଲିମିଟେଡ୍‌ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ
ଭୁବନେଶ୍ୱର: ଖର୍ଚ୍ଚ ପରିଚାଳନା କ୍ଷେତୟର ଅଗ୍ରଣୀ ସଂସ୍ଥା ଜାଗଲ୍ ପ୍ରିପେଡ୍‌ ଓସନ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଏହି ସଂସ୍ଥା ଆର୍ଥିକ ପ୍ରଯୁକ୍ତି ଓ ସେବା ଆଦିକୁ ବିବିଧ ପ୍ରକାର ଗ୍ରାହକଙ୍କୁ ପ୍ରଦାନ କରୁଛି । କିଛି ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରି କଂପାନି ପକ୍ଷରୁ ସର୍ବବୃହତ ସଂଖ୍ୟକ ପ୍ରିପେଡ୍ କାର୍ଡ ଜାରି କରାଯାଇଛି । କଂପାନି ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ୪୯୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛି । କଂପାନି ପକ୍ଷରୁ ୧୦,୫୨୬,୩୧୬ ଇକ୍ୱିଟି ସେୟାରକୁ ଅଫର ଫର ସେଲ୍ ମାଧ୍ୟମରେ ଉପସ୍ଥାପନ କରାଯିବ । ଏହି ଇସ୍ୟୁରୁ ଯେଉଁ ପାଣ୍ଠି ମିଳିବ ସେଥିରୁ ୩୦୦ କୋଟଇ ଟଙ୍କାକୁ ଗ୍ରାହକ ଯୋଗାଡ଼ କରିବା ସହ ପୁରୁଣା ଗ୍ରାହକଙ୍କୁ ନିଜ ପାଖରେ ରଖିବା ଲାଗି ବ୍ୟବହାର କରାଯିବ । ପ୍ରାୟ ୪୦ କାଟି ଟଙ୍କା ପ୍ରଯୁକ୍ତି ଓ ଉତ୍ପାଦ ବିକାଶରେ ବିନିଯୋଗ କରାଯିବ । କିଛି ଋଣକୁ ପୂର୍ଣ୍ଣ କିମ୍ବା ଆଂଶିକ ମାତ୍ରାରେ ପରିଶୋଧ କରିବା ଲାଗି ୮ କୋଟି ଟଙ୍କା ବ୍ୟବହାର କରାଯିବ । ବଳକା ଅର୍ଥକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ । ଏହି ଅଫର ଫର୍ ସେଲ୍‌ରେ ପି ନାରାୟଣମଙ୍କ ୧,୫୨୯,୬୭୭ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଅବିନାଶ ରମେଶ ଗୋଡଖିଣ୍ଡିଙ୍କ ୧,୫୨୯,୬୭୭ ଇକ୍ୱିଟି ସେୟାର, ଭେଂଚରଇଷ୍ଟ ପ୍ରୋଆକ୍ଟିଭ୍ ଫଣ୍ଡ୍ ଏଲ୍‌ଏଲ୍‌ସିର ୨,୮୩୦,୪୯୯ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଜିକେଏଫ୍‌ଏଫ୍ ଭେଂଚର୍ସର ୨,୦୪୬,୦୨୬ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଭେଂଚରଇଷ୍ଟ ଏସ୍‌ଇଡିସିଓ ପ୍ରୋଆକ୍ଟିଭ୍ ଫଣ୍ଡ୍ ଏଲ୍‌ଏଲ୍‌ସିର ୫୩୮,୫୫୭ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଭେଂଚରଇଷ୍ଟ ଟ୍ରଷ୍ଟି କଂପାନି ପ୍ରାଇଭେଟ୍ ଲିମିଟେଡ୍‌ର ୧୧୮,୦୪୦ ଇକ୍ୱିଟି ସେୟାର, ଜୁଜୁ ସଫ୍‌ଟଓୟାର ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ୧,୭୬୫,୫୪୦ ଇକ୍ୱିଟି ସେୟାର, କୋଟେଶ୍ୱର ରାଓ ମେଦୁରିଙ୍କ ୯୧,୮୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଏବଂ
ମାଲବିକା ପୋଦାରଙ୍କ ୭୬,୫୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍‌ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଏବଂ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ । ବିଆରଏଲ୍‌ଏମ୍ ସହଯୋଗିତାରେ କଂପାନି ପକ୍ଷରୁ ୯୮ କୋଟି ଟଙ୍କାର ପ୍ରି-
ଆଇପିଓ ପ୍ଲେସ୍‌ମେଂଟ୍ କରାଯିବ । କଂପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

2 thoughts on “ଜାଗଲ୍ ପ୍ରିପେଡ୍ ଓସନ୍ ସର୍ଭିସେସ୍ ଲିମିଟେଡ୍‌ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

Leave a Reply

Your email address will not be published. Required fields are marked *