ଆଉ ନାହାନ୍ତି ଯୁବ ସମାଜସେବୀ ସମ୍ବିତ୍ ନନ୍ଦ

କଟକ : ସବୁ ଉଦ୍ୟମ ବିଫଳ ହେଲା । ଶେଷରେ ଆଖିବୁଜି ଦେଲେ ସମ୍ବିତ୍ । ଲଙ୍ଗ୍ସ ସଂକ୍ରମଣ ହୋଇ କଟକର ଏକ ମେଡିକାଲ୍ ରେ ସେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କୁ ଉଚ୍ଚତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଶନିବାର ତାଙ୍କ ବାପା ତଥା ପୂର୍ବତନ ଏମଏଲଏ ନବୀନ ନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସୋସିଆଲ୍ ସାଇଟ୍ ରେ ନିବେଦନ କରିଥିଲେ । ତେବେ ସମ୍ବିତଙ୍କ ଜୀବନ ରକ୍ଷା ହୋଇପାରିନି । ଉଲ୍ଲେଖଯୋଗ୍ୟ ଯେ, ସମ୍ବିତ୍ ଜଣେ କୃତୀ ତଥା ମେଧାବୀ ଛାତ୍ର ଥିଲେ । ଉଚ୍ଚ ଶିକ୍ଷା ପରେ ସେ ଅଧିକ ସମୟ ସମାଜ ସେବା ପ୍ରତି ଉତ୍ସର୍ଗ କରିଥିଲେ ନିଜକୁ । ଖାଲି ସେତିକି ନୁହେଁ, ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବେ ତାଙ୍କର ଖୁବ୍ ପରିଚିତି ରହିଥିଲା । ସେହିପରି ସୋସିଆଲ୍ ମିଡିଆରେ ସେ ସମ୍ପୂର୍ଣ୍ଣ ସକ୍ରିୟ ରହୁଥିଲେ ଏବଂ ତାଙ୍କର ହଜାର ହଜାର ବନ୍ଧୁ ଯୋଡ଼ି ହୋଇଥିଲେ । ଜଣେ ମିଷ୍ଠଭାଷୀ, ପରୋପକାରୀ ଭାବେ ଯେତିକି ପରିଚୟ ରହିଥିଲା ସେତିକି ଜଣେ ଲେଖକ ଓ ସମାଲୋଚକ ଭାବେ ମଧ୍ୟ ସୁନାମ ଅର୍ଜନ କରିଥିଲେ ସମ୍ବିତ୍ । ତାଙ୍କ ବିୟୋଗରେ ଶହଶହ ଶୁଭେଚ୍ଛୁ ଓ ଆତ୍ମୀୟ ସ୍ୱଜନ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *