ସୁଧ ଟଙ୍କା ମାଗିବାକୁ ଯାଇ ବୃଦ୍ଧା ନିଖୋଜ, ଅଭିଯୁକ୍ତ ଘରୁ ମିଳିଲା ମୃତଦେହ

ଜଗତସିଂହପୁର: ଏରସମ ଥାନା କୁଞ୍ଜକୋଠି ଗାଁରେ ଚାଞ୍ଜଲ୍ୟ । ସୁଧ ଟଙ୍କା ମାଗିବାରୁ ଘରକୁ ଡାକି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଯୁବକ । ମାମଲାରେ ପୋଲିସ ଜଣେ ଯୁବକଙ୍କ ସହ ଗାଁର ଜଣେ ବୃଦ୍ଧଙ୍କୁ ଥାନାରେ ଅଟକ ରଖିଛି । ସୂଚନା ଅନୁସାରେ କୁଞ୍ଜକୋଠି ଗାଁର ତୁଳସୀ ମଣ୍ଡଳ ସୁଧ କାରବାର କରନ୍ତି । ଗାଁର ସଞ୍ଜୟ ନାମକ ଯୁବକ ତୁଳସୀଙ୍କ ଠାରୁ ଟଙ୍କା ସୁଧକୁ ନେଇଥିଲେ । ହେଲେ ଧାର୍ଯ୍ୟ ସମୟରେ ଧାର ଟଙ୍କାର ସୁଧ ଦେଇନଥିଲେ ।

ଆଉ ତୁଳସୀ ସୁଧ ମାଗିବାରୁ ଘରକୁ ଡାକିଥିଲେ ସଞ୍ଜୟ । ଗତକାଲି ସୁଧ ଟଙ୍କା ଆଣିବାକୁ ତୁଳସୀ ମଣ୍ଡଳ, ସଞ୍ଜୟଙ୍କ ଘରକୁ ଯାଇ ଫେରି ନଥିଲେ । ଏନେଇ ତୁଳସୀଙ୍କ ପରିବାର ଲୋକ ଏରସମା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ବାହାରୁ ପରିବାର ସହ ପହଞ୍ଚିଥିଲା ସଞ୍ଜୟ । ପୋଲିସକୁ ଦେଖି ଫେରାର୍ ହୋଇ ଯାଇଥିଲା । ପରେ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରି କନାଗୁଳିରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *