ଋଣ ନ ସୁଝିବାରୁ ୧୪ ଘଣ୍ଟା ଅଟକ ରହିଲେ ଯୁବକ

ଯାଜପୁର : ଘରୋଇ ଫାଇନାନ୍‌ସ କମ୍ପାନିରୁ ଋଣ ଆଣି ସୁଝି ନ ପାରିବାରୁ ଯାଜପୁର ଟାଉନ୍‌ ଥାନା ଅଂଚଳରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ଘରୋଇ କମ୍ପାନି କର୍ତ୍ତୃପକ୍ଷ ଯୁବକଙ୍କୁ ବନ୍ଧକ ରଖିଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା। ପୁଲିସ ଯୁବକଙ୍କୁ ଉଦ୍ଧାର କରିବା ସହିତ ଅପହରଣ କରିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଯାଜପୁର ଟାଉନ ଥାନା କୁସୁମା ପାର୍କ ଅଞ୍ଚଳର ଏକ ଘର ଭିତରୁ ଖଣ୍ଡରା ଅଂଚଳର ଯୁବକ ମାନସ ଗେଡିଙ୍କୁ ପୁଲିସ ଉଦ୍ଧାର କରିଛି।

ସୂଚନା ଅନୁସାରେ ମାନସ କୁସୁମା ଅଂଚଳର ଜଣେ ମହିଳାଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ଧୀରେ ଧୀରେ ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ଦେଇ ପାରି ନଥିଲେ। ଗତକାଲି ରାତିରେ ସଂପୃକ୍ତ ମହିଳା ଓ ଅନ୍ୟ ଦୁଇ ଜଣ ଯୁବକ ମାନସଙ୍କୁ ଅପହରଣ କରି ନେଇ କୁସୁମା ପାର୍କ ନିକଟରେ ଏକ ଘରେ ଅଟକ ରଖିଥିଲେ। ମାନସଙ୍କ ପତ୍ନୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଏହି ଟଙ୍କା କାରବାର ପଛରେ ଇଣ୍ଡସ୍‌ ଇଣ୍ଡ ଫାଇନାନ୍‌ସ କମ୍ପାନିର ହାତ ରହିଥିବା ଜଣାପଡ଼ିଛି। ପୁଲିସ କମ୍ପାନିର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବୋଲି ଯାଜପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *