ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଆଦର୍ଶ ଥାନା ଅନ୍ତର୍ଗତ ବଙ୍ଗଳାପଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ତେବେ ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ବଙ୍ଗଳାପଡାର ଦ୍ୱାରିକା ରାତ୍ରେ (୨୫) ଓ ଅଭିଯୁକ୍ତ ମାନେ ନିଶା ସେବନ କରିଥିଲେ। ଏହାପରେ ପୂର୍ବ ଶତ୍ରୁତାକୁ ନେଇ ସେମାନଙ୍କ ମଧ୍ୟରେ କଜିଆ ଉପୁଜିଥିଲା। ଅଭିଯୁକ୍ତ ମାନେ ତାଙ୍କୁ ଛୁରୀରେ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ତାଙ୍କର ଛାତି ଓ ପଛପଟ ମୁଣ୍ଡରେ ଆଘାତ କରିଥିଲେ। ପରେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବକୁ ଜବତ କରିଥିଲା। ଜବତ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଥିଲା। ଏପରିକି ସନ୍ଧାନି କୁକୁରର ମଧ୍ୟ ସହାୟତା ନିଆଯାଇଥିଲା। ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ତେବେ ଘଟଣା ସ୍ଥଳରୁ ଏକ 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *