ୟୁ-ଟ୍ୟୁବ୍ ଭିଡିଓ ଦେଖି ନାବାଳିକା ଯାହା କଲା ଜାଣିଲେ ହୋସ୍ ଉଡ଼ିବ….

କେରଳ : କେରଳରେ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ୧୭ ବର୍ଷର ନାବାଳିକା ୟୁଟ୍ୟୁବ୍ ଭିଡିଓ ଦେଖି ନିଜର ଛୁଆକୁ ଜନ୍ମ ଦେଇଛି । ପୋଲିସର କହିବାନୁସାରେ, ଅକ୍ଟୋବର ୨୦ ତାରିଖରେ ଛୁଆକୁ ଜନ୍ମ ଦେବା ପରେ ତିନି ଦିନ ପର୍ଯ୍ୟନ୍ତ ଘରେ ହିଁ ରହିଥିଲେ । ହେଲେ ଯେତେବେଳେ ଉକ୍ତ ୧୭ ବର୍ଷର ଝିଅ ସଂକ୍ରମଣର ଶିକାର ହୋଇଥିଲା ଏହାପରେ ଏହି କଥା ସାମନାକୁ ଆସିଥିଲା । ଏହାପରେ ନାବାଳିକାର ମାଆ ତୁରନ୍ତ ତାକୁ ହସ୍ପିଟାଲକୁ ନେଇଥିଲେ ।

ବର୍ତ୍ତମାନ ୧୭ ବର୍ଷୀୟ ଝିଅର ହସ୍ପିଟାଲରେ ଚିକିତ୍ସା ଚାଲିଛି । ସୂଚନା ଅନୁଯାୟୀ, ଏହିଭଳି ଏକ ଖବର ଆସିଛି କେରଳର ମଲପ୍ପୁରମ୍ ଜିଲ୍ଲାରେ । ଡାକ୍ତରଙ୍କ ଚିକିତ୍ସା ପରେ ଏବେ ଉଭୟ ମାଆ ଓ ଛୁଆ ସୁରକ୍ଷିତ ଅଛନ୍ତି । ତେବେ ମଲପ୍ପୁରମ୍ ଜିଲ୍ଲା ଶିଶୁ କଲ୍ୟାଣ ସମିିତିର ଅଧ୍ୟକ୍ଷ ଆଡଭୋକେଟ୍ ଶାଜେଶ ବସ୍କର୍ ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ ।

୧୭ ବର୍ଷୀୟ ଝିଅର କହିବାନୁସାରେ ପୋଲିସ ତାଙ୍କ ମହଲାରୁ ୨୧ ବର୍ଷିୟ ଯୁବକକୁ ଗିରଫ କରିଛି । ଯିଏକି ନାବାଳିକାଙ୍କୁ ଗର୍ଭବତୀ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ୧୭ ବର୍ଷୀୟ ଝିଅଟିର ମାଆ ତାର ଗର୍ଭାବସ୍ଥା ସମ୍ପର୍କରେ କିଛି ବି ଜାଣିନଥିଲେ ଓ ଦୁଇ ଦିନ ପର୍ଯ୍ୟନ୍ତ ପ୍ରସବ ବିଷୟରେ କିଛି ବି ଜାଣି ପାରିନଥିଲେ । ଝିଅଟିର କହିବାନୁସାରେ, ତାର ୫୦ ବର୍ଷୀୟ ମାଆଙ୍କୁ କିଛି ବି ଦେଖାଯାଏ ନାହିଁ ଓ ବାପା ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି । ତେଣୁ ସେ ରାତି ଡ୍ୟୁଟି ରେ ଥିଲେ ।

ଝିଅଟି ନିଜ ମୋବାଇଲ୍ ଫୋନ୍ ସହିତ ନିଜକୁ ରୁମ୍ ଭିତରେ ବନ୍ଦ କରିଦେଇଥିଲା । ଏହି ସମୟରେ ତାର ମାଆଙ୍କୁ ଲାଗିଲା ଯେ, ସେ ଅନଲାଇନ୍ କ୍ଲାସ୍ କରିବାରେ ବୋଧ ହୁଏ ବ୍ୟସ୍ତ ଅଛି । ପୋଲିସ୍ ଦେଇଥିବା ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ଝିଅଟିର ଅବସ୍ଥାର ଫାଇଦା ଉଠାଇଥିଲା । ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ୟୁଟ୍ୟୁବ୍ ଭିଡିଓ ଦେଖି ନିଜର ଗର୍ଭନାଳୀ କାଟିବାକୁ କହିଥିଲା । ଦୁହେଁ ଏହି ମାମଲାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *