ଚୀନ ଉପରକୁ ମାଡ଼ି ଆସିଛି ବିପତ୍ତି ! ସେବା ବନ୍ଦ କଲା ୟାହୋ

ନୂଆଦିଲ୍ଲୀ : ଚୀନରେ ଏବେ ସ୍ଥିତି ଭୟାବହ । ଦେଶରେ କିଛି ବି ଠିକ୍ ଚାଲୁନାହିଁ । ଡ୍ରାଗନ୍ ବାହ୍ୟ ସମସ୍ୟା ସହ ଆଭ୍ୟନ୍ତରୀଣ ସମସ୍ୟାକୁ ବି ସାମ୍ନା କରିବାରେ ଲାଗିଛି । ଗୋଟିଏ ପଟେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କ୍ୱାଡ୍ ଜରିଆରେ ଚୀନକୁ ଲଗାତାର ଘେରୁଛନ୍ତି । ଆଉ ସେପଟେ ଦେଶର ଅଧିକାଂଶ ସହରରେ ଲୋକଙ୍କୁ ଖାଦ୍ୟ, ବିଜୁଳି ଓ କରୋନା ଭଳି ସମସ୍ୟାରେ ଜୁଝି ହେବାକୁ ପଡ଼ୁଛି । ଚୀନ ରାଜଧାନୀ ବେଜିଙ୍ଗ୍ ସମେତ କିଛି ସହରରେ ଖାଦ୍ୟ ପାଇଁ ଲୋକଙ୍କୁ ଶପିଙ୍ଗ୍ ମଲ୍ ବାହାରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି । ଏତିକି ନୁହେଁ, ଏବେ ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀ ୟାହୋ ମଧ୍ୟ ଚୀନରୁ ମୁହଁ ଫେରାଇ ନେଇଛି ।
ୟାହୋ ଚୀନରେ ନିଜର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯଦିଓ ଚୀନର ଡିଜିଟାଲ ସେନ୍‌ସରଶିପ କାରଣରୁ କମ୍ପାନୀ ପୂର୍ବରୁ ହିଁ ନିଜର କେତେକ ସେବା ବନ୍ଦ କରି ସାରିଛି । ଚୀନର କମ୍ୟୁନିଷ୍ଟ ସରକାର ନିଜ ଦେଶରେ ଚାଲୁଥିବା ବଡ଼ କମ୍ପାନୀ ଉପରେ ନିଜର ନିୟନ୍ତ୍ରଣ ବଢ଼ାଇବା ଆରମ୍ଭ କରି ଦେଇଛି । ଯେଉଁ କାରଣରୁ ୟାହୋ ଏତେ ବଡ଼ ପଦକ୍ଷେପ ଉଠାଇଛି ବୋଲି କୁହାଯାଉଛି । ଚୀନରେ ସେବା ବନ୍ଦ କରିବା ପରେ କମ୍ପାନୀ କହିଛି ଯେ ସେ ଇଣ୍ଟରନେଟରେ ସ୍ୱତନ୍ତ୍ର ସେବା ଦେବା ପାଇଁ ପ୍ରତିବଦ୍ଧ ।

ଏଥି ପୂର୍ବରୁ ୟାହୋ ମଧ୍ୟ ଏଠାରେ ନିଜର ସର୍ଭିସ୍ ବନ୍ଦ କରି ସାରିଛି । ମାଇକ୍ରୋସଫ୍ଟର ଚାକିରି ସମ୍ବନ୍ଧିତ ନେଟ୍‌ୱାର୍କିଂ ପ୍ଲାଟଫର୍ମ ମଧ୍ୟ ଖୁବ୍ ଜଲ୍‌ଦି ଚୀନରେ ସର୍ଭିସ୍ ବନ୍ଦ କରିବାକୁ ଯାଉଛି । ଚୀନରେ ବର୍ତ୍ତମାନ ସମୟରେ ବିଜୁଳି ସଙ୍କଟ ଦେଖା ଦେଇଛି, ଯାହାର ଏକମାତ୍ର କାରଣ ହେଉଛି ଶି ଜିନ୍ ପିଙ୍ଗ୍‌ଙ୍କ ଏକଜିଦିଆ ଗୁଣ । ଯେତେବେଳେ ଚୀନରେ କୋଇଲାର ଅଭାବରେ ବିଜୁଳି ସଙ୍କଟ ସୃଷ୍ଟି ହୋଇଥିଲା, ସେତେବେଳେ ଅଷ୍ଟ୍ରେଲିଆ କୋଇଲା କିଣିବାକୁ ଅଫର ଦେଇଥିଲା । କିନ୍ତୁ ଶତ୍ରୁତା ହେତୁ ଚୀନ ଅଷ୍ଟ୍ରେଲିଆରୁ କୋଇଲା କିଣି ନ ଥିଲା, ବରଂ ନିଜର ଏଠାରେ ଗଚ୍ଛିତ ରଖିଥିବା ଡିଜେଲରୁ ହିଁ ବିଜୁଳି ଉତ୍ପାଦନ କରି ନେଇଥିଲା । ଏଥିଯୋଗୁ ସ୍ଥିତି ବର୍ତ୍ତମାନ ଏପରି ହୋଇଛି ଯେ ଚୀନରେ ଡିଜେଲ ମିଳୁନାହିଁ । ଏପଟେ ଚୀନ ସରକାର ଲୋକଙ୍କୁ ଖାଦ୍ୟପେୟ ଜିନିଷ ଜମା କରି ରଖିବାକୁ କହିଛନ୍ତି ।

ଏହି ଆଦେଶ ପରେ ଦେଶରେ ଭିଡ଼ ପରିସ୍ଥିତି ଦେଖାଦେଇଛି । ଶପିଙ୍ଗ୍ ମଲ ବାହାରେ ଲମ୍ବା ଲାଇନ୍ ଲାଗିଛି । ଯାହାକୁ ଯାହା ମିଳୁଛି, ତାହାକୁ ସେ ଷ୍ଟୋର କରି ନେଉଛି । ତେବେ ଏହି ଖାଦ୍ୟ ଅଭାବର ଦୁଇଟି ବଡ଼ କାରଣ ହେଉଛି, ପ୍ରଥମତଃ ଡିଜେଲ ଅଭାବ ଏବଂ ଦ୍ୱିତୀୟରେ ବନ୍ୟା ପରିସ୍ଥିତି । ଚୀନରେ ଡିଜେଲ ଅଭାବ ଯୋଗୁ ଟ୍ରକଗୁଡ଼ିକ ଠିକ୍ ଭାବେ ଯୋଗାଣ କରିପାରୁ ନାହାନ୍ତି । ଏହା ବ୍ୟତୀତ ଅକ୍ଟୋବର ଆରମ୍ଭରୁ ଚୀନର କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକି ଚାଷଜମି ଉପରେ ପ୍ରଭାବ ପକାଇଥିଲା । ଏହା ମଧ୍ୟ ଖାଦ୍ୟ ଅଭାବର ପ୍ରମୁଖ କାରଣ ବୋଲି କୁହାଯାଉଛି । ଚୀନ ରାଷ୍ଟ୍ରପତି ଶି ଜିନ୍ ପିଙ୍ଗ୍ କରୋନା ସଂକ୍ରମଣ ଯୋଗୁ ୨୧ ମାସ ହେବ ଦେଶ ବାହାରକୁ ଯାଇ ନାହାନ୍ତି । ଏପରି କି ସେ ଇଟାଲିରେ ହୋଇଥିବା ଜି-୨୦ ଦେଶଗୁଡ଼ିକର ଶିଖର ସମ୍ମିଳନୀରେ ମଧ୍ୟ ଯୋଗଦେଇ ନ ଥିଲେ । ରୋମ୍ ଯିବା ପରିବର୍ତ୍ତେ ସେ ଅନଲାଇନରେ ହିଁ ଏହି ସମ୍ମିଳନୀରେ ଭାଗ ନେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *