ଚାଲିଗଲେ ଆଉ ଜଣେ ସାହିତ୍ୟିକ

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡ ଆଉ ନାହାନ୍ତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜଣେ ମେଧାବୀ ଛାତ୍ର ଭାବେ କୃତିତ୍ୱ ଅର୍ଜନ କରିଥିବା ଶୁଭେନ୍ଦୁ ପରେ ଅନେକ କୃତୀ ଛାତ୍ର ଗଢ଼ିପାରିଥିଲେ । ଅଧ୍ୟାପନା ସହ ସାରସ୍ୱତ ସାଧନାରେ ନିମଗ୍ନ ରହୁଥିଲେ । ତାଙ୍କର ଗବେଷଣାତ୍ମକ ନିବନ୍ଧ ଖୁବ୍ ଲୋକପ୍ରିୟ ହୋଇଥିଲା । ସାହିତ୍ୟ ଏକାଡେମୀ ସହ ମଧ୍ୟ ସେ ଜଡ଼ିତ ରହିଥିଲେ । ଏଥିସହ ରାଜ୍ୟର କେତେକ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଜଣେ ସ୍ନେହୀ ଏବଂ ମିଷ୍ଠଭାଷୀ ବରିଷ୍ଠ ଅଧ୍ୟାପକ ଭାବେ ତାଙ୍କର ସୁନାମ ରହିଥିଲା । ବିଭାଗୀୟ ମୁଖ୍ୟ ଭାବେ ମଧ୍ୟ ସେ ଖୁବ୍ ପ୍ରଶଂସା ଅର୍ଜନ କରିପାରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *