ସେମିରେ ହାରିଲେ ବଜରଙ୍ଗ, ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକର ୧୫ତମ ଦିବସ । ଆଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଫଳରେ ଭାରତର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଆଶା ମଉଳି ଯାଇଛି । ବଜରଙ୍ଗ ତାଙ୍କର ପ୍ରତିପକ୍ଷ ଅଜରବୈଜନର ରେସଲର ହାଜି ଏଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଥିବା ଜଣାପଡ଼ିଛି । ତେବେ ଏବେ ମଧ୍ୟ ତାଙ୍କ ପାଖରେ ବ୍ରୋଞ୍ଜ ପଦକ ହାସଲ କରିବାର ସୁଯୋଗ ରହିଛି । ୬୫ କେଜି ବର୍ଗରେ ପ୍ରତିନିଧିତ୍ୱ କରୁଥିବା ବଜରଙ୍ଗ ପ୍ରଥମ ପିରିୟଡରେ ୧-୨ରେ ପଛରେ ପଡ଼ିଯାଇଥିଲେ । ତିନି ଥର ବିଶ୍ୱ ଚାମ୍ପିୟନ ହାଜିଙ୍କ ବିପକ୍ଷରେ ବଜରଙ୍ଗ କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ୨୦୧୬ ରିୟୋ ଅଲିମ୍ପିକ ଡେବ୍ୟୁରେ ୫୭ କେଜି ବର୍ଗରେ ବଜରଙ୍ଗ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ସେ କିର୍ଗିଜସ୍ତାନର ଅରନାଜର ଅକତାତାଲିଏଭଙ୍କୁ ହରାଇ ରେସଲିଂ କ୍ୱାର୍ଟରରେ ପହଞ୍ଚିଥିଲେ । ତେବେ ସେନେଗାଲର ଆଡମା ଡିଆଟା-କାଜାଖସ୍ତାନର ଡାଉଲେଟ ନିୟାଜବେକୋଭଙ୍କର ମଧ୍ୟରୁ ବିଜେତାକୁ ବଜରଙ୍ଗ ବ୍ରୋଞ୍ଜ ପାଇଁ ଭେଟିବେ ବୋଲି ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *