ମା’ ଭୁଲିଗଲା ମମତାର ବନ୍ଧନ

ନୂଆଦିଲ୍ଲୀ : ମା’ ଭୁଲିଗଲା ମମତାର ବନ୍ଧନ । ନିଜ ଅବୈଧ ରାସ୍ତାରୁ ହଟାଇବା ପାଇଁ ପୁଅକୁ ହତ୍ୟା କଲା ମା! ଖାଲି ସେତିକି ନୁହେଁ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ନିଆଁ ଲଗାଇ ଦେଇଛି । ଏଭଳି ଅଭାବନୀୟ ଘଟଣାର ୨୪ ଘଣ୍ଟା ପରେ ଗୁରଦାସପୁର ପୋଲିସ ଅଭିଯୁକ୍ତ ମା’ ଏବେ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ଏଥିସହ ସମ୍ପୃକ୍ତ ଦୁଇଜଣଙ୍କ ସମେତ ୩ ଜଣଙ୍କ ନାମରେ କାହନୂବାନ ଥାନାରେ ମାମଲା ମଧ୍ୟ ରୁଜୁ କରିଛି । ସୂଚନା ଅନୁସାରେ ପଞ୍ଜାବର ଝଣ୍ଡା ଲୁଭାନାର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତ୍ରିଲୋଚନ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କ ଜମି ନିକଟରେ ଏକ ଅର୍ଦ୍ଧଦଗ୍ଧ ଶବ ଦେଖିବା ନେଇ ପୋଲିସକୁ ସୂଚନା ଦେଇଥିଲେ । ଏହି ସୂଚନା ପାଇବା ପରେ ଏସଏସପି ଡ.ନାନକ ସିଂହ ଏବଂ ଡିଏସପି ରାଜେଶ କକ୍କଡଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏସଏସପି ଡା.ନାନକ ସିଂହ କହିଛନ୍ତି ଯେ ମିଳିଥିବା ଶବ ଚିହ୍ନଟ ହୋଇଛି । ସେ ହେଉଛନ୍ତି ବଲବଣ୍ଡା ଗ୍ରାମର । ତଦନ୍ତରୁ ଜଣାପଡ଼ିଛି ଯେ ମୃତକଙ୍କ ମା’ଙ୍କ ସୁଖବିନ୍ଦର ସିଂହ ଓରଫ ସୁକ୍ସା ନାମକ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିଲା । ତେବେ ପୁଅକୁ ନିଜ ରାସ୍ତାରୁ ହଟାଇବା ପାଇଁ ନିଜ ମା’ ହିଁ ସୁଖବିନ୍ଦର ସିଂହ ଏବଂ ତାର ଏକ ସାଙ୍ଗ ଗୁରଜିତ ସିଂହ ସହ ମିଶି ଏହି ହତ୍ୟା କରିଛି । ହତ୍ୟା କରିବା ପୂର୍ବରୁ ପୁଅକୁ ଅଭିଯୁକ୍ତ ମା’ ନିଦ ଔଷଧ ଖୁଆଇଦେଇଥିଲେ ଏବଂ ନିଶା ଅବସ୍ଥାରେ ଅଭିଯୁକ୍ତମ।।ନେ ନିର୍ଦ୍ଦୟ ଭାବେ ପୁଅର ମୁଣ୍ଡକୁ ହାତୁଡ଼ିରେ ବାଡ଼େଇବା ସହ ଛୁରିରେ ମାରି ହତ୍ୟା କରିଥିଲେ । ସେମାନେ ଏହି ଘଟଣାକୁ ଲୁଚାଇବା ପାଇଁ ଶବକୁ ଜଳାଇ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *