କନଷ୍ଟେବଲ ପ୍ରିୟଙ୍କା ମିଶ୍ରଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଏକ ପିସ୍ତଲ ସହିତ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏସଏସପି ମହିଳା କନଷ୍ଟେବଳଙ୍କୁ ଲାଇନ ହାଜିର କରିଛନ୍ତିି । ତେବେ ମହିଳା କନଷ୍ଟେବଳ ପ୍ରିୟଙ୍କା ମିଶ୍ର ଅଣ୍ଟାରେ ପିସ୍ତଲ ଧରି ଏକ ଭିଡିଓ ପ୍ରସ୍ତୁତ କରି ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ୟୁନିଫର୍ମରେ ଥିବା ମହିଳା କନଷ୍ଟେବଳଙ୍କ ଅନ୍ଦାଜ ଏକ ଗ୍ୟାଙ୍ଗଷ୍ଟର ପରି ଦେଖିବାକୁ ମିଳିଛି । ସେ ଯେଉଁ ଅଡିଓରେ ଅଭିନୟ କରୁଛନ୍ତି, ସେଥିରେ କୁହାଯାଉଛି ଯେ ‘ହରିୟାଣା-ପଞ୍ଜାବ ବେକାରରେ ବଦନାମ୍, ଆସ କେବେ ଉତ୍ତରପ୍ରଦେଶ । ରଙ୍ଗବାଜୀ କ’ଣ, ଆମେ ଆପଣଙ୍କୁ କହିବୁ…’ ଏହି ଘଟଣାର ସୂଚନା ପାଇବା ମାତ୍ରେ ଏସଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲେଡି କନଷ୍ଟେବଳ ପ୍ରିୟଙ୍କାଙ୍କୁ ଲାଇନ୍ ହାଜିର କରିଥିଲେ । ମହିଳା କନଷ୍ଟେବଳଙ୍କୁ ଏମଏମ ଗେଟ୍ ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିଲା । ତେବେ ପ୍ରିୟଙ୍କା ମିଶ୍ର ଏବେ ସେହି ଭିଡିଓକୁ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *