ଖଡ଼ି ଛାଡ଼ି ଏବେ ଗାଡ଼ି ଚଲାଉଛନ୍ତି ମହିଳା

ଭୁବନେଶ୍ୱର : ଯେଉଁହାତରେ ଦିନେ ସେ ପିଲାମାନଙ୍କୁ ଖଡ଼ି ଧରି ଅ, ଆ ଲେଖିବା ଶିଖାଉଥିଲେ, ଏବେ ସେ ସଫେଇ ଗାଡ଼ି ଚଲାଉଛନ୍ତି। କେବଳ ଯେ ସଫେଇ ଗାଡ଼ି ଚଲାଉଛନ୍ତି; ତାହା ନୁହେଁ, ଗଳିକୁ ଗଳି ବୁଲି ଲୋକଙ୍କୁ କରିଛନ୍ତି ସଚେତନ। ସହରଯାକର ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବା ସହ ଏଣେତେଣେ ଅଳିଆକୁ ନ ପକାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସେ ହେଉଛନ୍ତି ସ୍ମୃତିରେଖା ବେହେରା। ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ଘର। ଦୀର୍ଘ ୪ବର୍ଷରୁ ଊର୍ଦ୍ଧ୍ବ ହେବ ରାଜଧାନୀର ଏକ ନର୍ସରୀ ସ୍କୁଲରେ ପାଠପଢ଼଼ାଉଥିଲେ। ଉଚ୍ଚଶିକ୍ଷା ସାଙ୍ଗକୁ ଶିକ୍ଷକତାର ଦକ୍ଷତା ଥିଲେ ବି କରୋନା କାଳରେ ତାଙ୍କର ପେସା ବଦଳିଯାଇଛି। ତାଙ୍କ କହିବାନୁଯାୟୀ ଲକ୍‍ଡାଉନ୍‍ ଆରମ୍ଭରୁ ସ୍କୁଲ ବନ୍ଦ ହୋଇଯାଇଛି। ହାତରେ ରୋଜଗାର ନାହିଁ କି ପିଲାଙ୍କୁ ପାଠପଢ଼଼ାର ଦାୟିତ୍ୱ ମଧ୍ୟ ନାହିଁ।

ବାଧ୍ୟ ହୋଇ ଭୁବନେଶ୍ୱର ମହାନଗର ନିଗମ ଓ କୋର୍‍ ପକ୍ଷରୁ ‘ମୁଁ ସଫେଇବାଲା’ ଗାଡି ଚଳାଉଛନ୍ତି। ତାଙ୍କର କହିବାନୁଯାୟୀ, ବିଏ ପାସ୍‍ କରିବା ପରେ ନର୍ସିଂ ଟ୍ରେନିଂ ଏବଂ କମ୍ପ୍ୟୁଟର୍‍ ଶିକ୍ଷା ଗ୍ରହଣ କରିଛନ୍ତି। ତଥାପି କରୋନା ଯୋଗୁଁ ତାଙ୍କ ଜୀବନର ପଥ ବଦଳିଯାଇଛି। ସେ ୩ ମାସ ହେବ ବିଏମ୍‍ସିର ଗାଡି ଚଳାଇବା ଆରମ୍ଭ କରିଛନ୍ତି। ଭୁବନେଶ୍ୱରର ୪୮ନମ୍ବର ୱାର୍ଡରେ ଥିବା ବିଭିନ୍ନ ଅଞ୍ଚଳରେ ଗଳିକୁଗଳି ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି। ଓଦା ଶୁଖିଲା ଅଳିଆକୁ ଅଲଗା କରି ରାଜଧାନୀରେ ବିଭିନ୍ନ ସ୍ଥାନରେ ଥିବା ଡମ୍ପିଂୟାର୍ଡରେ ଅଳିଆକୁ ପକାଉଛନ୍ତି। କରୋନା କାଳରେ ଚାରିଆଡ଼େ ଭୂତାଣୁର ଭୟ ବ୍ୟାପିଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବାର ନିଷ୍ପତ୍ତି ନେଇଛନ୍ତି ସେ। ଦୁଇବର୍ଷ ପୂର୍ବରୁ ନିଜ ବସ୍ତିରେ ମହିଳା କାର୍‍ ଡ୍ରାଇଭିଂ ଶିକ୍ଷା ପାଇଁ ସୁଯୋଗ ପାଇଥିଲେ ସ୍ମୃତିରେଖା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *