ଟୋକିଓ ଅଲମ୍ପିକରେ ଚମକିବେ ଓଡ଼ିଆ ଝିଅ

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ ଖେଳିବେ ଓଡ଼ିଆ ଝିଅ । ମହିଳା ହକି ଦଳରେ ସାମିଲ ହୋଇଛନ୍ତି ଦୀପଗ୍ରେସ ଏକ୍କା । ଟୋକିଓ ଅଲମ୍ପିକ ପାଇଁ ମହିଳା ହକି ଦଳ ଭାରତ ଘୋଷଣା କରିଥିବାବେଳେ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ୨୦୧୬ ରିଓ ଅଲମ୍ପିକରେ ମଧ୍ୟ ଦଳରେ ସାମିଲ ହୋଇଥିଲେ ଦିପଗ୍ରେସ୍ । ୧୬ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୮ ବରିଷ୍ଠଙ୍କ ସହ ୮ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିଛି ଦଳ । ଟିମରେ ସବିତାଙ୍କୁ ଗୋଲ କିପର ଭାବେ ମିଳିଛି ଦାୟିତ୍ୱ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାନି, ମୋନିକା, ନିକ୍କି ପ୍ରଧାନ, ନବଜୋତ କୌର, ଗୁରଜିତ କୌର, ଉଦିତା, ବନ୍ଦନା କଟାରିୟା, ନିସା, ନେହା । ଚଳିତବର୍ଷ ଖେଳାଯିବ ଟୋକିଓ ଅଲମ୍ପିକ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *