କୋଭିଡ ହସ୍ପିଟାଲରେ ଶିଶୁ କନ୍ୟାକୁ ଜନ୍ମ ଦେଲେ କରୋନା ସନ୍ଦିଗ୍ଧ ମହିଳା

ଫୁଲବାଣୀ: ସ୍ଥାନୀୟ କୋଭିଡ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣେ କରୋନା ସନ୍ଦିଗ୍ଧ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ମଧ୍ୟ କୋଭିଡ ହସ୍ପିଟାଲରେ ମା’ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରେ ରହିଥିବା ବେଳେ ନବଜାତ ଶିଶୁ କନ୍ୟାକୁ ଏସ୍‌ଏନ୍ଏସ୍‌ୟୁରେ ରଖାଯାଇଛି। ଗତକାଲି ଆସନ୍ନ ପ୍ରସବାଙ୍କୁ ଗୁରୁତର ଭାବେ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ସମସ୍ୟା ହେଉଥିବା କହିଥିଲେ, ତେଣୁ ତାଙ୍କର କୋଭିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଯାହା ନେଗେଟିଭ୍ ଆସିଥିଲା କିନ୍ତୁ ତାଙ୍କର ସମସ୍ତ ଲକ୍ଷଣ କୋଭିଡ ଆକ୍ରାନ୍ତଙ୍କ ଭଳି ରହିଥିବାରୁ ତାଙ୍କର ନମୁନା RTPCR ଟେଷ୍ଟ ପାଇଁ ପଠାଯାଇଛି । ଏବଂ ତାଙ୍କର ଅକ୍ସିଜେନ୍ ସାଚୁରିଟୀ ଲେଭଲ୍ ପ୍ରାୟ ୪୦ ରହିଥିବାରୁ ତାଙ୍କୁ ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରେ ରଖାଯାଇଛି । ତେବେ ରାତିରେ ସେ ପ୍ରସବକାଳୀନ ବ୍ୟଥା ଅନୁଭବ କରିଥିଲେ । ଏଣୁ ତାଙ୍କୁ ଭେଣ୍ଟିଲେଟର ଏବଂ ଆଇସିୟୁର ସହାୟତାରେ ଡାକ୍ତର ସାମଲ ଏବଂ ଅନ୍ୟ ନର୍ସ ମାନେ ମିଳିତ ଭାବେ ସଫଳତାର ସହିତ ନର୍ମାଲ ଡେଲିଭରୀ କରାଇଥିଲେ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *