ଏକାଥରେ ଜନ୍ମ ଦେଲେ ୪ ଶିଶୁ

ନୂଆଦିଲ୍ଲୀ:  ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ସନ୍ତାନ ହେଉନଥିଲା । ଫଳରେ ମହିଳା ଜଣଙ୍କ ପିଲାଟେ ପାଇଁ ବିକଳ ହେଉଥିଲେ । ହେଲେ କଥାରେ ଅଛି- ଭଗବାନ ଯେବେ ଦିଅନ୍ତି, ଛପର ଫାଡ଼ି ଦିଅନ୍ତି । ଠିକ୍ ସେହିପରି ସମ୍ପୃକ୍ତ ମହିଳା ୪ ସନ୍ତାନର ଜନନୀ ହୋଇଛନ୍ତି । ସମ୍ପୃକ୍ତ ମହିଳା ଜନ୍ମ ଦେଇଛନ୍ତି ଚାରି ସନ୍ତାନଙ୍କୁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମା ଏବଂ ସନ୍ତାନ ସୁସ୍ଥ ଥିବା ନେଇ କୁହାଯାଇଛି । ସୂଚନା ଅନୁଯାୟୀ, ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ସନ୍ତାନ ନହେବା କାରଣରୁ ଚିନ୍ତିତ ଥିଲେ ଦମ୍ପତ୍ତି । ଆଠ ବର୍ଷ ଧରି ଅନେକ ଚିକିତ୍ସା କରାଇଥିଲେ ବି କିଛି ଫାଇଦା ହୋଇନଥିଲା ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ଆଇଭିଏଫ ପ୍ରକ୍ରିୟାର ସାହାଯ୍ୟ ନେଇ ମହିଳା ୪ ନବଜାତଙ୍କୁ ଜନ୍ମ ଦେଇଛନ୍ତି । ହସ୍ପିଟାଲର ଜଣେ ପ୍ରବକ୍ତା କହିଛନ୍ତି ୩୨ ବର୍ଷୀୟ ମହିଳା ତିନି ପୁତ୍ର ଏବଂ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗାଜିୟାବାଦର ଏହି ଦମ୍ପତ୍ତି ଆଠ ବର୍ଷ ହେବ ସନ୍ତାନ ନହେବା କାରଣରୁ ଅନେକ ଚିକିତ୍ସା ମଧ୍ୟ କରିଥିଲେ । ଆଇଭିଏଫ କ୍ଲିନିକର ଡାକ୍ତର କହିଛନ୍ତି ମହିଳା ଏବଂ ତାଙ୍କୂ  ସ୍ୱାମୀ ସନ୍ତାନ ହେବାର ଆଶା ଛାଡ଼ିଦେଇଥିଲେ । ଆଇଭିଏଫ ଟେକନିକର ପ୍ରକିୟା ଆରମ୍ଭ କରାଯାଇଥିଲା । ପ୍ରକ୍ରିୟାର ୩୩ ସପ୍ତାହ ପରେ ମହିଳା ଚାରି ସୁସ୍ଥ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *