କରୋନାର ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇ ୫ ଦିନରେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ମହାମାରୀ କବଳରେ ସାରା ବିଶ୍ୱ ଥିବା ବେଳେ ଏହାର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ବିଶ୍ୱରେ କରୋନାର ଅଲଗା ଅଲଗା ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନାର ଅନେକ ଭାରିଆଣ୍ଟ ସାମ୍ନାକୁ ଆସିଛି, ସେଥିରୁ କିଛି ଭାରିଆଣ୍ଟ ଅଧିକ ବିପଦଜ୍ଜନକ ।ଏହାରି ମଧ୍ୟରେ ଏବେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ବୈଜ୍ଞାନିକମାନେ ବି ଚିନ୍ତାରେ ପଡ଼ିଛନ୍ତି । ସୂଚନା ମୁତାବକ, ଜଣେ ମହିଳାଙ୍କଠାରେ ଗୋଟିଏ ସମୟରେ ୨ ଅଲଗା ଅଲଗା ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ୨ଟି ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ମହିଳାଙ୍କର ୫ ଦିନରେ ହିଁ ମୃତ୍ୟୁ ହୋଇଥିଲା । ବିଶ୍ୱରରେ ଏହା ପ୍ରଥମ ମାମଲା, ଯେଉଁଠାରେ ଜଣେ ଆକ୍ରାନ୍ତଙ୍କ ଠାରେ ଗୋଟିଏ ସମୟରେ ୨ଟି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ମାମଲା ବେଲଜିୟମରୁ ସାମ୍ନାକୁ ଆସିଛି ।ବୈଜ୍ଞାନିକମାନେ ଖୁଲାସା କରିଛନ୍ତି ଯେ, କରୋନାରେ ଆକ୍ରାନ୍ତ ହେବା ମୃତ୍ୟୁବରଣ କରିଥିବା ୯୦ ବର୍ଷୀୟ ମହିଳା ଗୋଟିଏ ସମୟରେ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *