ବିନା ମେଡିସିନ୍‌ରେ ଦୂର ହେବ ଏସିଡିଟି ସମସ୍ୟା

ଭୁବନେଶ୍ବର : ଏସିଡିଟି ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଯେଉଁଥିରେ ଅଧିକାଂଶ ଲୋକ ପୀଡ଼ିତ । ଏସିଡିଟି ସାଧାରଣତଃ ଖରାଦିନେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ । ସେଥିମଧ୍ୟରୁ ଗୋଟିଏ ଗ୍ୟାଷ୍ଟ୍ରିକ ସମସ୍ୟା ବା ଏସିଡିଟି । ଏହି ସମସ୍ୟାରେ ଛାତି ଓ ଗଳାରେ ଜ୍ୱଳନ, ଶୁଖିଲା କାଶ, ପେଟ ଫୁଲିବା, ପାଟି ଗନ୍ଧାଇବା, ଆମ୍ବିଳା ହାକୁଟି, ବାନ୍ତି ହେବା ବା ଲାଗିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ରୋଷେଇ ଘରେ ମହଜୁଦ ଥିବା ସମଗ୍ରୀ ଏହି ସମସ୍ୟା ଆପଣଙ୍କୁ ମୁକ୍ତି ଦେଇପାରିବ କ୍ୟାଲସିୟମ ଓ ଅନ୍ୟ ମିନେରାଲସର ପ୍ରମୁଖ ଉତ୍ସ ହୋଇଥିବାବେଳେ ଏହା ଏସିଡିଟି ଲକ୍ଷଣକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଦୂର କରିଥାଏ । ଥଣ୍ଡା କ୍ଷୀର ଏସିଡିଟିକୁ ଅବଶୋଷିତ କରିଦେଇପାରେ ଓ ଏହି ପ୍ରକାରେ ଏସିଡିଟି ସସମ୍ୟାରୁ ଆପଣଙ୍କୁ ମୁକ୍ତି ଦେଇଥାଏ ।

ବିନା ଚିନିରେ ଏକ ଗ୍ଲାସ ଥଣ୍ଡା କ୍ଷୀର ପିଅନ୍ତୁ ଦେଖିବେ ଏହି ସମସ୍ୟାରୁ ଆପଣଙ୍କୁ  ମୁକ୍ତି ମିଳିଯିବ । କ୍ଷୀର ବ୍ୟତୀତ ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସମାଗ୍ରୀ ଯେପରିକି ଘୋଳ ଦହି ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦୂର ଲାଗି ବହୁତ ଉପକାରୀ । ଏହା ପାଚନ  ପ୍ରକ୍ରିୟାକୁ ଶକ୍ତ କରିବା ସହ ପାଚନ ତନ୍ତ୍ର କାର୍ଯ୍ୟରେ ବାଧା ଉପୁଜାଉଥିବା ଏସିଡିଟି ଦୋଷ ମଧ୍ୟ ଦୂର କରିଥାଏ । ଦହିରେ ଭଲ ବ୍ୟାକ୍ଟେରିଆ ଥିବା କାରଣରୁ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ।

କଦଳୀ ସବୁ ସମୟରେ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । ପୋଟାସିୟମ, ଭିଟାମିନ ବି ୬ ଓ ଅନ୍ୟ ପୋଷକତତ୍ତ୍ୱରେ ଭରପୂର କଦଳୀ ଏସିଡିଟି ଦୂର କରିବାର ଏକ ଭଲ ବିକଳ୍ପ । କଦଳୀ ଖାଇବା ଦ୍ୱାରା ଏହା ଆମ ଶରୀରର ଏସିଡ୍‌ ପ୍ରଭାବକୁ ନିଷ୍କ୍ରିୟ କରି ଦେଇଥାଏ । ଭଲଭାବେ ପାଚିଥିବା କଦଳୀ ହିଁ ଖାଆନ୍ତୁ।

ପଇଡ ମିନେରାଲ୍ସ, ମ୍ୟାଗେନେସିୟମ, ମାଙ୍ଗାନିଜ୍‌, ଭିଟାମିନ୍‌ ସି, ସୋଡିୟମ, ପୋଟାସିୟମ ପରି ଭିଟାମିନ୍ସରେ ଭରପୂର । ଏହା ସହ ଏଥିରୁ ସର୍ବାଧିକ ଫାଇବର ମଧ୍ୟ ମିଳିଥାଏ । ଏହା ପେଟରେ ଅମ୍ଲ ଓ ଏସିଡିଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ । ପଇଡ ପାଣି ଏସିଡ୍‌ ସହିତ ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରି ଶରୀରକୁ ଡିଟକ୍ସ କରିଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *