ପୁରୀ ବିଚରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ଭୁବନେଶ୍ୱର : ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୋଜନାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି । ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମଦ କୁଡ଼ିଆ ଯୋଜନାକୁ ଆରମ୍ଭ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବିଭିନ୍ନ ସଂଗଠନ ଏବଂ ଦଳୀୟ କର୍ମୀ ମାନେ ଏନେଇ ଆପତ୍ତି କରିବାରୁ ଏହି ନିଷ୍ପତିକୁ ବଦଳାଇ ଦିଆଯାଇଛି । ଓଟିଡିସି ପକ୍ଷରୁ ହୋଇଥିବା ଏହି ଯୋଜନାକୁ ଜୋରଦାର ବିରୋଧ କରିଥିଲା ବିଜେପି । ଏନେଇ ଅନେକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ରଖିବା ପରେ ଐତିହ୍ୟର ସହର ପୁରୀରେ ଏଭଳି ଏକ ବ୍ୟବସ୍ଥାକୁ ଆରମ୍ଭ ନ କରିବା ପାଇଁ କୁହାଯାଇଥିଲା । ଖାଲି ସେତିକି ନୁହେଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗକୁ ନାପସନ୍ଦ କରିଥିଲେ । ଗୋଆ ଭଳି ପୁରୀ ବିଚ୍ ରେ ମଦ କୁଡ଼ିଆ କରାଯିବା ନେଇ ଯୋଜନା ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *