ମୃତ ସ୍ୱାମୀର ଅସ୍ଥି ପାଉଁଶ ଚାଟୁଥିଲେ ମହିଳା, ଏମିତି କହିଲେ ତାଙ୍କର ଅନୁଭୂତି

ନୂଆଦିଲ୍ଲୀ : ବେଳେ ବେଳେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଚିନ୍ତା କଲେ ମନ ବିଚଳିତ ହୋଇଯାଏ । ଏମିତି ଏକ ଘଟଣା ଘଟିଥିଲା ଆମେରିକାର ଟେନ୍‌ସେରେ । ଜଣେ ୨୬ ବର୍ଷୀୟ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ଥି ପାଉଁଶ ଚାଟିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସ୍ୱାମୀଙ୍କ ଦୁଃଖରେ ଭାଙ୍ଗିପଡ଼ିଥିବା ଏହି ମହିଳା ଜଣକ ସ୍ୱାମୀଙ୍କୁ ଭୁଲି ପାରିନଥିଲେ । ଫଳରେ ସ୍ୱାମୀଙ୍କ ଅସ୍ଥି ପାଉଁଶ ଚାଟୁଥିଲେ । ଧିରେ ଧିରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଦୁନିଆର ସବୁଠୁ ନିକଟତମ ସମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଏକ ଏମିତି ସମ୍ପର୍କ ଯାହା ଦୁଇ ଅଜଣା ବ୍ୟକ୍ତିଙ୍କୁ ଜନ୍ମ ଜନ୍ମ ପାଇଁ ଏକାଠି କରିଦିଏ ।

ଜଣକ ମୃତ୍ୟୁରେ ଅନ୍ୟ ଜଣେ ଭାଙ୍ଗିପଡ଼ିଥାଏ । ଏମିତି ଏକ ଘଟଣା ଘଟିଛି ଆମେରିକାର ଟେନ୍‌ସେ ସହରରେ । ଏଠାରେ ରହୁଥିବା କୈସି ତାଙ୍କର ଅଦ୍ଭୁତ କାରନାମା ପାଇଁ ଏବେ ଚର୍ଚ୍ଚାରେ । ଆସ୍ଥମା ରୋଗରେ ସ୍ୱାମୀଙ୍କର ମୃତ୍ୟୁ ପରେ କୈସି ସ୍ୱାମୀଙ୍କ ଦୁଃଖରେ ନିଜକୁ ସମ୍ଭାଳି ପାରିନଥିଲେ । ଫଳରେ ପତିଙ୍କ ପୋଡ଼ିଯାଇଥିବା ଅସ୍ଥି ପାଉଁଶକୁ ସେ ଚାଟି ନିଜ ଭିତରେ ସ୍ୱାମୀଙ୍କ ଦୁଃଖକୁ ଭୁଲୁଥିଲେ । ଧିରେ ଧିରେ ତାଙ୍କର ଏହି କାର୍ଯ୍ୟ ଅଭ୍ୟାସରେ ପରିଣତ ହୋଇଗଲା । ଏବେ ସେ ସ୍ୱାମୀଙ୍କ ଅସ୍ଥି ପାଉଁଶ ଚାଟିକରି ସ୍ୱାମୀଙ୍କ ଅଭାବ ପୁରଣ କରୁଥିବା ବେଳେ ତାହା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ସେ ଏଥିପାଇଁ ଲଜ୍ଜା ଅନୁଭବ କରୁଥିବା କହୁଥିଲେ ମଧ୍ୟ ତାଙ୍କର ଏହି ଆଦତରୁ ସେ ନିଜକୁ ମୁକୁଳି ପାରୁ ନାହାଁନ୍ତି । ଏହି ଅସ୍ଥି ପାଉଁଶ ଏବେ ସରି ଯିବାକୁ ବସିଛି । ତାଙ୍କର ଚିନ୍ତା ଏବେ ସେ ବାକି ଜୀବନ କିପରି କଟିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *