ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHOର ପ୍ରଶଂସା । ମାସ୍କ ଆମକୁ କରୋନାରୁ ରକ୍ଷା କରିପାରିବ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍‌ ଲିଡର ଡକ୍ଟର ନିହାର ରାୟ କହିଛନ୍ତି । କରୋନାର ଦ୍ବିତୀୟ ପ୍ରବାହକୁ ବିନା ଲକଡାଉନରେ ହରାଇବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଆହ୍ବାନ ଦେଇଥିଲେ  । କରୋନାକୁ ଚେକ ଦେବାକୁ ୧୪ ଦିନିଆ ମାସ୍କ ଡ୍ରାଇଭ ସହ ପୂରା ପରିବାରକୁ ମାସ୍କ ପିନ୍ଧାଇବାକୁ ମାଆମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ  ।

ଝୁଲାଇକି ନୁହେଁ, ପୂରା ନାକ ଓ ମୁହଁ କରିବା କଭର କରିବା ଭଳି ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ  ।  ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ରାଜ୍ୟରେ ୧୪ଦିନିଆ ମାସ୍କ ଅଭିଯାନ ଆରମ୍ଭ ହୋଇଛି । କରୋନା ମୁକାବିଲାରେ ମାସ୍କ ମୁଖ୍ୟ କବଚ ସାଜିଥିବାରୁ ରାଜ୍ୟବାସୀଙ୍କୁ ଆଜିଠାରୁ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ ।

କରୋନାର ଦ୍ବିତୀୟ ଲହରୀରେ ଦ୍ରୁତଗତିରେ ସଂକ୍ରମଣ ହେଉଥିବାରୁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ଅଭିଯାନର ମୁଖ୍ୟ ସୂତ୍ରଧର ସାଜିବେ ମାଆ । ଏଥିଲାଗି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ।  ରାଜ୍ୟ ସରକାର ବାହାରେ ଜଗୁଛନ୍ତି, ମାଆମାନେ ଘରେ ଜଗନ୍ତୁ । ମାଆମାନେ ସତର୍କ ହେଲେ କରୋନା କେବେବି ଆମ ଘର ଭିତରକୁ ଆସିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *