ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କ’ଣ ?

ଭୁବନେଶ୍ୱର: ରାଜ୍ୟରେ କେତେ ସୁରକ୍ଷିତ ମହିଳା? ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କଣ? ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। ରାଜ୍ୟରେ ମହିଳାମାନେ ସୁରିକ୍ଷତ ନେଇ କରାଯାଉଥିବା ଦାବିର ଏହା ଗୁମର ଖୋଲିଛି। ୨୦୧୮ରୁ ୨୦୨୦, ଏହି ୩ ବର୍ଷରେ ମହିଳାଙ୍କ ବିରୋଧରେ ଅପରାଧ ତଥ୍ୟ ଦେଖିଲେ ଏହା ଜଳଜଳ ଦିଶୁଛି। ରିପୋର୍ଟ କହୁଛି ଗତବର୍ଷ ମୋଟ୍ ୨୫ ହଜାର ୪୮୯ଟି ମାମଲା ସାମ୍ନାକୁ ଆସିଥିଲା। ୨୦୧୯ରେ ଏହି ସଂଖ୍ୟା ୨୩ ହଜାର ୧୮୩  ଓ ୨୦୧୮ରେ ୨୦ ହଜାର ୨୭୪ ଥିଲା। ଉଦବେଗର ବିଷୟ ହେଉଛି ୨୦୨୦ରେ ମହିଳାଙ୍କ ବିରୋଧରେ ମୋଟ୍ ଅପରାଧ ହାର ଥିଲା ୧୧୨. ୯ ଅର୍ଥାତ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୧୧୩ଟି ମହିଳା ବିରୋଧୀ ଅପରାଧ ଘଟଣା ଘଟୁଛି। ଯାହାକି ସାରା ଦେଶରେ ଦ୍ୱିତୀୟ ସର୍ବାଧିକ। ସେହିପରି ୨୦୨୦ରେ ୧୭ ଜଣ ନାବାଳିକାଙ୍କ ସମେତ ସମୁଦାୟ ୧୨ଶହ ୧୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି ୨୦ ଜଣ ଶିଶୁ। ଅପରାଧ କ୍ଷେତ୍ରରେ ବି ଓଡ଼ିଶାର ସ୍ଥିତି ଭଲ ନାହିଁ। ୨୦୧୮ରେ ୫ ହଜାର ୨୧୭, ୨୦୧୯ରେ ୭୦୧୨ ଓ ୨୦୨୦ରେ ୬୩୩୦ ଶିଶୁ ଅପରାଧ ମାମଲା ହୋଇଥିବା ରିପୋର୍ଟରେ କୁହାଯାଇଛି। ସେପଟେ ୨୦୨୦ରେ ୧୨ ଶିଶୁଙ୍କୁ ହତ୍ୟା କରାଯାଇଥିବା ବେଳେ ସେଥିମଧ୍ୟରୁ ୯ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *