କଙ୍କାଳର ସ୍କେଚକୁ ନେଇ କ’ଣ କହିଲେ ଡିସିପି ?

ଭୁବନେଶ୍ୱର : ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସର କାରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ଜାରି କରିଛି କମିଶନରେଟ୍ ପୋଲିସ । କଙ୍କାଳ ଚିହ୍ନଟ ଲାଗି ସ୍କେଚ୍ ସମ୍ପର୍କରେ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି ଯେ, ‘ ମୃତ ମହିଳାଙ୍କ ବୟସ ୩୫ ରୁ ୪୫ ବର୍ଷ ହେବା ଡାକ୍ତରମାନେ ଆକଳନ କରିଛନ୍ତି । ମହିଳାଙ୍କ ଉଚ୍ଚତା ୧୬୪ ସେମି ଥିବା ବେଳେ ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିଲେ । ଫେବ୍ରୁଆରୀ ୧୨ରେ ମୃତଦେହ କଙ୍କାଳ ଠାବ କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ କଙ୍କାଳ ଠାବ ହେବାର ୩ରୁ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା । ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୁଏତ ମୃତ୍ୟୁ ହୋଇଥାଇପାରେ । ସେତେବେଳେ କେହି ମହିଳା ନିଖୋଜ ଥିଲେ ଆମକୁ ଜଣାଇପାରିବେ । ମୃତ୍ୟୁର ଦେଢମାସ ପୂର୍ବରୁ ମହିଳାଙ୍କ ଗୋଡ, ହାତ ହାଡରେ ଆଘାତ ଥିଲା । ନଖ ବି ଠିକ ଭାବରେ କଟା ଯାଇନଥିଲା, ଯାହାର ରିପୋର୍ଟ ଡାକ୍ତର ଦେଇଛନ୍ତି। ମୁହଁରେ ଚର୍ମ ନଥିବାରୁ କେବଳ କଙ୍କାଳ ଦେଖି ସ୍କେଚ୍ କରାଯାଇଛି । ସ୍କେଚ ଶତ ପ୍ରତିଶତ ମ୍ୟାଚ କରିନପାରେ, କିନ୍ତୁ ସୁରାକ୍ ଦେଇପାରିବ ।’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *