ଓଡିଶାରେ ଲକଡାଉନ୍ ଲାଗୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶରେ କରୋନା ସକ୍ରଂମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନିଜର ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଆଉ ଲକ ଡାଉନ ଫେରିବନି ଆଲୋଚନାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, ‘ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ସମସ୍ତଙ୍କ ଚେଷ୍ଟା ହେବା ଉଚିତ୍ । କୋଭିଡ ନିୟମ ମାନିବାରେ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂଖ୍ୟା ବଢିବା ପରେ ସତର୍କ ହେବା ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲ ସମ୍ଭବପର ନୁହେଁ । ଏହା ସମୟ ସାପେକ୍ଷା, ତେଣୁ ସତର୍କ ରହିବା ନିହାତି ଦରକାର । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ।’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *