ପୁଣି ଚର୍ଚ୍ଚାରେ ଉହାନ୍ ଲ୍ୟାବ୍‌

ଉହାନ : ପୁଣି ଚର୍ଚ୍ଚାରେ ଉହାନ୍ ଲ୍ୟାବ୍ ଲିକ୍ ଥିଓରି । କରୋନା ଭାଇରସ ଲ୍ୟାବ୍ ଲିକ୍ ଥିଓରୀ ଅମୂଳକ ନୁହେଁ । ପୁର୍ବରୁ ଚୀନ୍ ଲାବୋରୋଟୋରୀରୁ ଏହି ଭୂତାଣୁ ଲିକ୍ ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ଏବଂ ପରେ ଯାହାକୁ ଖଣ୍ଡନ କରାଯାଇଥିଲା, ତା ସପକ୍ଷରେ ଏବେ ମତ ସୁଦୃଢ ହେବାରେ ଲାଗିଛି । ଲ୍ୟାବ୍ ଲିକ୍ ଥିଓରିକୁ ଖଣ୍ଡନ କରି ଯେଉଁ ୨୭ଜଣ ବୈଜ୍ଞାନିକ ଲାନସେଟ୍ ମେଡିକାଲ ଜର୍ନାଲରେ ଲେଖିଥିଲେ, ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ଗବେଷକଙ୍କ ସହ ସମ୍ପର୍କ ଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । କରୋନା ଭୂତାଣୁ ବନ୍ୟଜନ୍ତୁ ବା ପକ୍ଷୀଙ୍କ ଠାରୁ ଆସିଥିବା ଅନେକ ଦେଶର ବୈଜ୍ଞାନିକ କହିଛନ୍ତି । ଆମେରିକାର ଏକ ଗୁଇନ୍ଦା ତଥ୍ୟ ଅନୁଯାୟୀ, ୨୦୧୯ରେ ଭୂତାଣୁ ଦ୍ୱାରା ପ୍ରଥମେ ଉହାନ ଇନଷ୍ଟିଚ୍ୟୁଟର ୩ଜଣ ଗବେଷକ ସଂକ୍ରମିତ ହୋଇଥିଲେ । ପରେ ବାଇଡେନ ପ୍ରଶାସନ ଟ୍ରମ୍ପଙ୍କ ଲ୍ୟାବ୍ ଲିକ୍ ଥିଓରି ଉପରେ ଚାଲିଥିବା ତଦନ୍ତକୁ ବନ୍ଦ କରିଦେଇଥିଲେ । ସେପଟେ ଭୂତାଣୁଙ୍କ ଉତ୍ପତି ନେଇ ଏକ ନୁଆ ରିପୋର୍ଟ ରାଷ୍ଟ୍ରପତିଙ୍କ ଟେବୁଲରେ ଉପସ୍ଥାପିତ ହେବାକୁ ଯାଉଛି । ବାଇଡେନ୍ ମେ’ମାସରେ ଏକ ତଦନ୍ତକାରୀ ଦଳକୁ ୯୦ ଦିନ ସମୟ ଦେଇଥିଲେ । ତେବେ ଏ ସପ୍ତାହରେ ଯେଉଁ ରିପୋର୍ଟ ଆସିବ, ତାହା ଉହାନ୍ ଲ୍ୟାବ୍ ଲିକ୍ ଥିଓରିକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *